ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ ଅଫିସ ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏଥିସହ ମାସର ପ୍ରତ୍ୟେକ ଶନିବାର ଅଫିସଗୁଡ଼ିକ ବନ୍ଦ ରହିବ। ମଙ୍ଗଳବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଭବନେଶ୍ୱର ଓ କଟକର ସମସ୍ତ ଅଫିସ ଅଧା କର୍ମଚାରୀଙ୍କୁ ନେଇ ଚାଲିବ। କେଉଁ ଅଫିସର ଅଫିସ୍ ଆସିବେ ଏବଂ କେଉଁ ଅଫିସର ଅଫିସ୍ ଆସିବେନି ସେନେଇ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ। ତେବେ ଜରୁରୀ କାମରେ ଥିବା ଅଫିସ୍ ଯେପରିକି ଏସଆରସି, ଓସଡମା, ପୋଲିସ୍, ଅଗ୍ନିଶମ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଫିସଗୁଡ଼ିକ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ ଖୋଲିବ ବୋଲି କୁହାଯାଇଛି।

ଅଫିସ୍ ଖୋଲିବା ସମୟରେ ସେଠାରେ କୋଭିଡ୍ ୧୯ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି କୌଣସି କର୍ମଚାରୀ କରୋନା ସଂକ୍ରମିତ ହୁଅନ୍ତି ତେବେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ସେଠାରେ ସମସ୍ତ ପ୍ରକାର ପ୍ରୋଟୋକଲକୁ ପାଳନ କରାଯିବ ବୋଲି କୁହାଯାଇଛି।

Comment