ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ଶେଷ ହୋଇସାରିଛି। କରୋନା କାଳରେ ବିହାରରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ଆଜି ମହାମେଣ୍ଟ ନିଜ ନିଜ ଦଳ ଭିତରେ ସିଟ ବୁଝାମଣାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଏଥରର ବିଧାନସଭା ଆସନରେ ଆରଜେଡି ୧୪୪ଟି ଆସନରେ ନିଜର ପ୍ରାର୍ଥୀ ଦେବ। ସେହିପରି କଂଗ୍ରେସ ୭୦, ସିପିଆଇ ୬, ସିପିଆଇ(ଏମ୍) ୪ ଏବଂ ସିପିଆଇ (ଏମ୍ଏଲ୍) ୧୯ଟି ସିଟରେ ନିଜର ପ୍ରାର୍ଥୀ ଦେବେ ବୋଲି ନିଷ୍ପତ୍ତି ହୋଇଛି।ଅନ୍ୟପଟେ ବାଲ୍ମିକୀ ନଗର ଲୋକସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ କଂଗ୍ରେସ ଦଳ ନିଜର ପ୍ରାର୍ଥୀ ଦେବ ବୋଲି ମହାମେଣ୍ଟରେ ସ୍ଥିର ହୋଇଛି।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହାପରେ ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ନିର୍ବାଚନରେ ୯୪ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ନଭେମ୍ବର ୭ରେ ଶେଷ ପର୍ଯ୍ୟାୟ ଅର୍ଥାତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ନଭେମ୍ବର ୧୦ରେ ଭୋଟଗଣତି କରାଯାଇ ସେହିଦିନ ହିଁ ନିର୍ବାଚନ ଫଳ ଘୋଷଣା ହେବ।