ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିରୋଧୀମାନେ ଏଥିପାଇଁ ୟୁପି ସରକାରକୁ ଦାୟୀ କରୁଥିବାବେଳେ ଘଟଣାର ତଦନ୍ତ ଠିକ୍ ଭାବେ ଚାଲିଛି ବୋଲି ଯୋଗୀ ଗତକାଲି କହିସାରିଛନ୍ତି।

ଏସବୁ ମଧ୍ୟରେ ଆଜି ପୁଣିଥରେ ହାଥରସ୍ ଅଭିମୁଖେ ବାହାରିଛନ୍ତି ରାହୁଲ ଗାନ୍ଧୀ। ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ୩୫ରୁ ଅଧିକ ସାଂସଦଙ୍କୁ ନେଇ ରାହୁଲ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଉତ୍ତରପ୍ରଦେଶ ଯାଉଛନ୍ତି। ଏକ ବସରେ ସବୁ ନେତାମାନେ ଏକାଠି ହୋଇ ଦିଲ୍ଲୀରୁ ବାହାରିସାରିଥିବା ସୂଚନା ମିଳିଛି।

ଅନ୍ୟପଟେ ରାହୁଲଙ୍କ ଏହି ଦଳକୁ ରୋକିବାକୁ ପୋଲିସ୍ ପ୍ରଶାସନ ଅଣ୍ଟାଭିଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଛି। ନୋଏଡା ବର୍ଡରରେ ବହୁ ପରିମାଣର ପୋଲିସ ବଳ ମୁତୟନ ହୋଇଛନ୍ତି। ଏମାନେ ରାହୁଲ ଗାନ୍ଧୀଙ୍କ ଏହି ଦଳକୁ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଦେବେନି ବୋଲି ସୂଚନା ରହିଛି।

ଏହାପୂର୍ବରୁ ଗୁରୁବାର ଦିନ ରାହୁଲ ଓ ପ୍ରିୟଙ୍କା ହାଥରସ୍ ଯାଉଥିଲେ। ହେଲେ ତାଙ୍କୁ ଅଧାବାଟରୁ ପୋଲିସ୍ ଉଠାଇନେଇଥିଲା। ଏହାପରେ ସେମାନେ ଦିଲ୍ଲୀ ଫେରିଆସିଥିଲେ।

 

LEAVE A REPLY

Please enter your comment!
Please enter your name here