ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଏମିତି ଏକ ଗାଁ ଅଛି ଯେଉଁଠି ପୁଅ ଜନ୍ମ କଲେ ପୁରସ୍କାର ଦିଆଯାଉଛି। କଥାଟି ଆପଣଙ୍କୁ ଟିକେ ଅଜବ ଲାଗିପାରେ, କିନ୍ତୁ ପୂରାପୂରି ସତ। ପୋଲାଣ୍ଡ ଓ ଚେକ୍ ରିପବ୍ଲିକ୍ ସୀମାରେ ଏକ ଗାଁ ଅଛି ଯେଉଁଠି ନାରୀ ପୁଅ ଜନ୍ମ କଲେ ତାଙ୍କ ପରିବାରକୁ ପୁରସ୍କୃତ କରାଯାଉଛି।

ଏହି ଗାଁର ନାମ ହେଲା ମିଜେକ୍ସେ ଆନ୍ଦ୍ରଜେନେକ୍ସ। ଏହି ଗାଁରେ ଗତ ୯ ବର୍ଷ ହେଲା କୌଣସି ପୁଅ ଜନ୍ମ ହୋଇନାହାନ୍ତି। ଏଠାରେ ସବୁ ପରିବାରରେ କେବଳ ଝିଅ ଜନ୍ମ ହେଉଥିବା ଲକ୍ଷ୍ୟ କରାଯାଇଛି। ଯାହାଫଳରେ ସେଠାରେ ପୁରୁଷମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେଣୁ ସେଠାକାର ମେୟର ଗୋଟିଏ ଅଜବ୍ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେହି ଗାଁ’ର ଯେଉଁ ପରିବାରରେ ପୁଅ ଜନ୍ମ ହେବ ତାଙ୍କୁ ପ୍ରଶାସନ ପକ୍ଷରୁ ପୁରସ୍କାର ଦିଆଯିବ।

ତେବେ ସେହି ଅଞ୍ଚଳରେ କାହିଁକି ପୁଅ ଜନ୍ମ ହେଉନାହାନ୍ତି ତା’ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ପୋଲାଣ୍ଡ ବିଶ୍ୱବିଦ୍ୟାଳୟର କେତେକ ଛାତ୍ର ଗବେଷଣା ମଧ୍ୟ ଆରମ୍ଭ କରିଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହାର କୌଣସି କାରଣ ଖୋଜିପାଇନାହାନ୍ତି।

LEAVE A REPLY

Please enter your comment!
Please enter your name here