ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍‌ ବି ଭାବେ ସାରାଦେଶରେ ପରିଚିତ ଅମିତାଭ ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ତାଙ୍କ ପାଇଁ ଏକ ନାଁ ସ୍ଥିର କରିଥିଲେ। ଅମିତାଭ ଜନ୍ମ ହେବା ପରେ ତାଙ୍କ ବାପା ତାଙ୍କ ନାଁ ଇନକ୍ଲାବ୍ ରଖିଥିଲେ। ଯାହା ସେ ସମୟରେ ସ୍ୱାଧୀନତା ଆନ୍ଦୋଳନରେ ଇନକ୍ଲାବ ଜିନ୍ଦାବାଦ ନାରାପାଇଁ ବେଶ୍ ପରିଚିତ ଥିଲା। ତେଣୁ ତାଙ୍କ ବାପା ଅମିତାଭଙ୍କ ନାଁ ରଖିଥିଲେ ଇନକ୍ଲାବ।

ପରେ କିନ୍ତୁ ଅମିତାଭଙ୍କ ବାପା ତାଙ୍କ ସାଙ୍ଗ ସୁମିତ୍ରାନନ୍ଦନ ପନ୍ଥଙ୍କ କହିବା ପରେ ତାଙ୍କ ନାଁ ଅମିତାଭ ରଖିଥିଲେ।  ସେହିପରି ଅମିତାଭଙ୍କ ନାଁ ସହ ପ୍ରଥମେ ବଚ୍ଚନ ଯୋଡ଼ା ହେଉନଥିଲା। ସେ ସମୟରେ ତାଙ୍କ ନାଁ ସହ ଶ୍ରୀବାସ୍ତବ ରହୁଥିଲା।

ଏହାପରେ ଅମିତାଭଙ୍କ ବାପା ତାଙ୍କ ନାଁରେ ଶ୍ରୀବାସ୍ତବ ବଦଳରେ ବଚ୍ଚନ ଯୋଡ଼ିଥିଲେ।  ଏହି ନାଁରେ ସେ ତାଙ୍କର ସମସ୍ତ ଲେଖା ପ୍ରକାଶ କରିଥିଲେ। ତେଣୁ ଅମିତାଭଙ୍କ ନାଁ ସହ ମଧ୍ୟ ବଚ୍ଚନ ଯୋଡ଼ି ହୋଇଯାଇଥିଲା। ଏହିପରି ଭାବେ ତାଙ୍କ ନାଁ ପରିବର୍ତ୍ତିତ ହୋଇ ଅମିତାଭ୍ ବଚ୍ଚନ ହୋଇଥିଲା।

LEAVE A REPLY

Please enter your comment!
Please enter your name here