ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଖୁବଶୀଘ୍ର ବଡ଼ ପରଦାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବାକୁ ଯାଉଛି ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଦୀପିକା ପାଦୁକୋନ। ଏହି ଫିଲ୍ମରେ ବଲିଉଡର ମହାନାୟକ ଅମିତାଭଙ୍କର ମଧ୍ୟ ଏଣ୍ଟ୍ରି ହୋଇଛି। ଏନେଇ ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରି ସୂଚନା ଦେଇଛନ୍ତି।
ତେବେ ନିର୍ଦ୍ଦେଶକ ନାଗା ଅଶ୍ୱିନଙ୍କ ଏହି ଫିଲ୍ମର ଟାଇଟଲ କିନ୍ତୁ ଏଯାଏଁ ଧାର୍ଯ୍ୟ ହୋଇନାହିଁ। ନାଗା ଅଶ୍ୱିନ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିବେ ବୋଲି ଜଣାପଡ଼ିଛି। ଫିଲ୍ମ ୨୦୨୨ରେ ବିଭିନ୍ନ ଭାଷାରେ ରିଲିଜ ହେବ।
ସେପେଟ ବିଗ୍ ବିଙ୍କ ସହ ଅଭିନୟ କରିବାକୁ ଯାଇ ପ୍ରଭାସ ମଧ୍ୟ ବେଶ ଖୁସି ଅଛନ୍ତି। ତାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି ବୋଲି ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ଖାଲି ପ୍ରଭାସ କାହିଁକି ବହୁ କଳାକାରଙ୍କ ସ୍ୱପ୍ନ ଥାଏ ବିଗ ବିଙ୍କ ସହ ଫିଲ୍ମ କରିବାକୁ। କାହା ସ୍ୱପପ୍ନ ପୂରା ହୁଏତ ଆଉ କାହାର ହୁଏନି।
ତେବେ ଯଦି ଅମିତାଭଙ୍କ କାମ କଥା କୁହାଯାଏ ତାହେଲେ ତାଙ୍କ ପାଖରେ ବହୁ ପ୍ରୋଜେକ୍ଟ ରହିଛି। ବର୍ତ୍ତମାନ କେବିସିରେ ନଜର ଆସୁଛନ୍ତି।