ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର କେବେ ଖୋଲିବ? ଏନେଇ ଆଜିଠୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ। ଏହି ବୈଠକରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ଆଲୋଚନା ହେବ।

ଏଥିସହିତ ବୈଠକରେ ମତାମତ ସଂଗ୍ରହ ସହିତ ବିଚାରବିମର୍ଷ କରାଯିବ। ଏଥିରେ ବିଭିନ୍ନ ନିଯୋଗ ଓ ବରିଷ୍ଠ ସେବାୟତ ସାମିଲ ହେବେ।

ଆଜି ଏବଂ ଏହାପରେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବୈଠକ ବସିବ। ଖୋଲିବା ପ୍ରସଙ୍ଗରେ ୧୦ ଦିନ ଭିତରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳ ରିପୋର୍ଟ ଦାଖଲ କରିବେ। ତେବେ କୋଭିଡ ନିୟମ ଅନୁସାରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here