ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୧୯୫୮ ମସିହା ଅକ୍ଟୋବର ୧୨ ତାରିଖରେ କଟକରେ ଜନ୍ମ ହୋଇଥିଲେ ପ୍ରଖ୍ୟାତ ଅଭିନେତା ହର ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନରେ ଗଭୀର ଶ୍ରଦ୍ଧାଞ୍ଜଳି।
‘ମା’ ରାଣ୍’, ‘ଚକମାଚୂର’, ‘ଫୁଲ ବୋବାଲ’ ଏ ହେଉଛି ହର ପଟ୍ଟନାୟକଙ୍କ କେତକ ଅଭୁଲା ଡାଇଲଗ୍, ଯାହାକୁ ଏବେବି ମନେ ରଖିଛନ୍ତି ଦର୍ଶକ। ଓଲିଉଡର ଏହି ଖ୍ୟାତନାମା ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଆଜି ଜନ୍ମଦିନ। 
ଆଜି ତାଙ୍କ ଜନ୍ମଦିନରେ ପୁଣିଥରେ ଦର୍ଶକ ତାଙ୍କୁ ମନେ ପକାଇଛନ୍ତି। ତାଙ୍କ ଚମତ୍କାର ଅଭିନୟ ଯୋଗୁଁ ସେ ଦର୍ଶକଙ୍କ ନିକଟରେ ଏବେ ବି ଅମର ରହିଛନ୍ତି।
ପରଦାରେ ସିନା ହର ସବୁବେଳେ ଜଣେ ଖଳନାୟକ ଭୂମିକାରେ ନଜର ଆସନ୍ତି ବାସ୍ତବ ଜୀବନରେ ହର ସିଧାସାଧା ସରଳ ବ୍ୟକ୍ତିତ୍ୱ ଥିଲେ। ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ଥିଲେ ହର। ସେ ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ୨୦ରୁ ଅଧିକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।
ତାଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡ଼ିକ ହେଲା ପାଗଳ ପ୍ରେମୀ, କଳ୍କୀ ଅବତାର ,ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର। ଏହି ଫିଲ୍ମଗୁଡ଼ିକ ମଧ୍ୟ ସୁପରହିଟ୍ ହୋଇଥିଲା।
ହରଙ୍କ ପ୍ରଥମ ଅଭିନୀତ ଫିଲ୍ମ ଥିଲା ‘ଜୀବନ ସଂଗ୍ରାମ’। ଏହି ଫିଲ୍ମ ଜରିଆରେ ଓଲିଉଡରେ ଡେବ୍ୟୁ କରିବା ପରେ ହର ଆଉ ପଛକୁ ଚାହିଁ ନଥିଲେ।
ହର ପଟ୍ଟନାୟକଙ୍କ ଅଭିନୀତ କେତୋଟି ଲୋକପ୍ରିୟ ସିନେମା ହେଲା ‘ଜୋର ଯାର ମୁଲକ ତା’ର’, ‘ସୁନା ଚଢ଼େଇ’, ‘ବସ୍ତ୍ରହରଣ’, ‘ପୁଅ ମୋର କଳା ଠାକୁର’, ‘ପରଦେଶୀ ଚଢ଼େଇ’, ‘ଘର ମୋର ସ୍ୱର୍ଗ’, ‘ସାକ୍ଷୀ ରହିଲା ଏ ଶଙ୍ଖା ସିନ୍ଦୁର’, ‘ଅଣ୍ଟି ଛୁରୀ ତଣ୍ଟି କାଟେ’, ‘ସୁନା ପଞ୍ଜୁରି’, ‘ସୁନା ଶଂଖାଳୀ’, ‘ସୁନା ହରିଣୀ’, ‘କଳ୍କୀ ଅବତାର’, ‘ନାରୀ ବି ପିନ୍ଧିପାରେ ରକ୍ତ ସନ୍ଦୂର’, ‘ମୋ’ କୋଳ ତୋ’ ଝୁଲଣା’, ‘ସୁହାଗ ସିନ୍ଦୂର’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭୟୁ’, ‘ଏ ଯୁଗର କୃଷ୍ଣ ସୁଦାମା’, ‘ସାବତ ମା’, ‘ଧର୍ମ ସହିଲେ ହେଲା’ ଏବଂ ‘ଓମ୍ ସାଇରାମ୍’।


















