ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଉ ୨୮୧ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୮୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୯୨ ଜଣ ଚିହ୍ନଟ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୦୧୬କୁ ବୃଦ୍ଧି

ଭୁବନେଶ୍ଵରରୁ ଆଜି ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୮୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୯୨ ଜଣ ପଜିଟିଭ୍ ଅଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ଆଜି ରାଜଧାନୀର ଚନ୍ଦ୍ରଶେଖରପୁର, ବିଜେବି ନଗର, ଝାରପଡ଼ା, ଚିନ୍ତାମଣିଶ୍ଵର, ପଟିଆ, ଖଣ୍ଡଗିରି, ପାତ୍ରପଡ଼ା, ବରମୁଣ୍ଡା ଆଦି ଅଞ୍ଚଳରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଡୁମୁଡୁମା, ବୁଦ୍ଧ ନଗର, ଗଙ୍ଗ ନଗର, ବାପୁଜୀ ନଗର, ଆଚାର୍ଯ୍ୟ ବିହାର, ଶାସ୍ତ୍ରୀ ନଗର ଆଦି ଅଞ୍ଚଳରୁ ମଧ୍ୟ କରୋନା ପଜିଟିଭ୍ ଅଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ଵରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୦୧୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୨,୫୨୫ ଜଣ ସୁସ୍ଥ ହୋଇଥିବା ବେଳେ ୩,୩୪୮ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏଥିସହ ସହରରେ ୧୨୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment