ଓଡ଼ିଶାଲାଇଭ୍ ବ୍ୟୁରୋ
୨୨ ମହଲା କୋଠାର ଏକ ସଂକୀର୍ଣ୍ଣ ଛାତରେ ଯୁବକଙ୍କ ଦୁଃସାହସିକ ଖେଳ। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏବେ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଗିରଫ ଯୁବକ ହେଲେ ନୋମାନା ଡି ସୌଢା।
ସେ ପଶ୍ଚିମ ମୁମ୍ବାଇର କାଣ୍ଡିଲାଭିଲିସ୍ଥିତ ଭାରତ ଏସ୍ଆରଏ କୋଠାରେ ଅତି ବିପଜ୍ଜନକ ଭାବେ ଗୋଡ଼ ଉପରକୁ ଟେକି ଦୁଇ ହାତରେ ବିଭିନ୍ନ କୌଶଳ ପ୍ରଦର୍ଶନ କରୁଥିଲେ। ସାଙ୍ଗମାନେ ଏହି ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ୍ କରିଦେଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ପୂର୍ବରୁ ୨୦୧୮ରେ ଜଣେ ଯୁବକ ଚଳନ୍ତା ଟ୍ରେନରେ ସେଲଫି ନେବାକୁ ଯାଇ ଏଭଳି ଦୁଃସାହସ ପ୍ରଦର୍ଶନ କରିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୋଲିସ ଏଭଳି କାର୍ଯ୍ୟ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।