ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ୱ ଇତିହାସରେ ରାଜା, ମହାରାଜାଙ୍କ ଅଜବ ଗଜବ ସଉକ ସମ୍ପର୍କରେ ବହୁ କାହାଣୀ ରହିଛି। କିନ୍ତୁ ପ୍ରୁସିଆର ଜଣେ ରାଜା ଫ୍ରେଡରିକ ଓ୍ୱିଲିୟମଙ୍କର ସଉକ ଥିଲା ନିଆରା। ସେ ତାଙ୍କ ସୈନ୍ୟଦଳରେ ସବୁଠୁ ଡେଙ୍ଗା ସୈନିକଙ୍କୁ ସାମିଲ କରିବା ସହ ଉଚ୍ଚତା ଅନୁସାରେ ପାରିଶ୍ରମିକ ଦେଉଥିଲେ। ଏହା ବିଶ୍ୱାସ ହେଉନଥିଲେ ବି ସତ।

ଏହି ରାଜା ୧୭୩୧ରୁ  ୧୭୪୦ ଯାଲଁ ଶାସନ କରିଥିଲେ। ତାଙ୍କ ରାଜତ୍ୱ କାଳରେ  ସେ ସୈନ୍ୟସଂଖ୍ୟା ୩୮ ହଜାରରୁ ବଢ଼ାଇ ୮୩ ହଜାର କରିଥିଲେ। ଏଥିସହ ୬ ଫୁଟରୁ ଅଧିକ ଉଚ୍ଚତା ଥିବା ସୈନ୍ୟଙ୍କୁ ସ୍ୱତନ୍ତ୍ର ରଜିମେଣ୍ଟରେ ସାମିଲ କରାଉଥିଲେ।

ତାଙ୍କ ସୈନ୍ୟ ଦଳରେ ସବୁଠୁ ଡେଙ୍ଗା ସୈନ୍ୟ ଥିଲେ ଜେମସ କିର୍କଲାଣ୍ଡ। ତାଙ୍କ ଉଚ୍ଚତା ଥିଲା ୭ ଫୁଟ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜା କେବଳ ଦେଖାଇବା ପାଇଁ ନିଜ ସେନାରେ ଡେଙ୍ଗା ସୈନିକଙ୍କୁ ରଖୁଥିଲେ।

ସେମାନଙ୍କୁ ନୃତ୍ୟ ଗୀତ ଶିଖାଇ ମନୋରଞ୍ଜନ କାର୍ଯ୍ୟରେ ଲଗାଉଥିଲେ। ଏହାଛଡ଼ା ବେଳେ ବେଳେ ରାଜପ୍ରାସାଦକୁ ଡାକି ମାର୍ଚ୍ଚ କରାଉଥିଲେ। ୧୭୪୦ରେ ଏହି ରାଜାଙ୍କ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁପରେ ଏହି ସୈନ୍ୟ ଦଳ ଭାଙ୍ଗି ଯାଇଥିଲା।

LEAVE A REPLY

Please enter your comment!
Please enter your name here