ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେଲେ ଭୋଟର। ବର୍ତ୍ତମାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସା ବୈଜ୍ଞାନିକ କେଟ୍ ରୁବିନ୍ସ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ମତସାବ୍ୟସ୍ତ କରିଛନ୍ତି। ଏନେଇ ନାସା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ନଭେମ୍ବର ୩ ତାରିଖରେ ଆମେରିକାରର ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନ୍ତିମ ଭୋଟ ଗ୍ରହଣ ହେବ। ଏହାପୂର୍ବରୁ ଏବେ ସେଠାରେ ଭୋଟ୍ ଗ୍ରହଣ ବ୍ୟବସ୍ଥା ଚାଲୁରହିଛି। ନାସାର ବୈଜ୍ଞାନିକ କେଟ୍ ରୁବିନ୍ସ ଅକ୍ଟୋବର ୧୪ ତାରିଖରେ ମହାକାଶକୁ ଯାଇଛନ୍ତି। ସେ ସେଠାରେ ପ୍ରାୟ ୬ ମାସ ରହିବେ। ରାଷ୍ଟ୍ରପତି ନିର୍ବାଚନରେ ରୁବିନ୍ସ ପ୍ରତ୍ୟକ୍ଷ ଭାବେ ରହିପାରିବେ ନାହିଁ। ତେଣୁ ସେ ମହାକାଶରୁ ହିଁ ନିଜର ମତ ଅଧିକାର ସାବ୍ୟସ୍ତ କରିଛନ୍ତି ବୋଲି ନାସା ସୂଚନା ଦେଇଛି।

କେଟ୍ ରୁବିନ୍ସ ଇଲେକ୍ଟ୍ରୋନିକ୍ସ ବାଲାଟ୍ ଜରିଆରେ ନିଜର ଭୋଟ ଦେଇଛନ୍ତି। ଭୂପୃଷ୍ଠରୁ ଜଣେ ବ୍ୟକ୍ତି ୨ ଶହ ମାଇଲ ଉପରେ ରହି ଭୋଟ ଦେବା ଏକ ବିରଳ ଘଟଣା। ଯାହାକି ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦେଖିବାକୁ ମିଳିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଏଥିର ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି। ଜୋ ବାଇଡେନ୍ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ହୋଇଥିବାବେଳେ, ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ଦଳର ପ୍ରାର୍ଥୀ ହୋଇଛନ୍ତି।

Comment