ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପୂର୍ବତନ କ୍ରିକେଟର କପିଲ ଦେବ ରବିବାର ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁବାର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀର ଫର୍ଟିସ୍ ଏସ୍କର୍ଟ୍ସ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିବା ସୂଚନା ମିଳିଛି।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କପିଲଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ରହିଛି। ସେ ବହୁତ ଜଲଦି ନିଜର ଦୈନିକ କାର୍ଯ୍ୟକ୍ରମ ଆରମ୍ଭ କରିପାରିବେ। କପିଲ ନିୟମିତ ଭାବେ ଡାକ୍ତର ଅତୁଲ ମାଥୁରଙ୍କ ସହ ପରାମର୍ଶରେ ରହିବେ ବୋଲି କୁହାଯାଇଛି। ଗତ ଗୁରୁବାର କପିଲ ହୃଦଘାତର ଶିକାର ହେବା ପରେ ଅନେକ ଲୋକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

୬୧ ବର୍ଷୀୟ କପିଲ ଦେବ କ୍ରିକେଟରୁ ଅବସର ନେବା ପରଠାରୁ କ୍ରିକେଟର ଧାରା ବିବରଣୀ ପ୍ରଦାନ କରି ଆସୁଛନ୍ତି। ଏଥିସହ ସେ ଅନେକ ଟିଭି ସୋ’ରେ ମଧ୍ୟ ନଜର ଆସିଛନ୍ତି।ଭାରତରେ କ୍ରିକେଟକୁ ଲୋକପ୍ରିୟ କରାଇବାରେ କପିଲ ଦେବଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଅଧିନାୟକତ୍ଵରେ ୧୯୮୩ ମସିହାରେ ଟିମ୍ ଇଣ୍ଡିଆ ପ୍ରଥମ କରି ବିଶ୍ଵକପ୍ ଜିତିଥିଲା। ଜଣେ ସଫଳ ଅଲ୍ରାଉଣ୍ଡର ଓ ସଫଳ କ୍ୟାପ୍ଟେନ୍ ତାଲିକାରେ କପିଲ ହେଉଛନ୍ତି ଅନ୍ୟତମ।

ସେ ୧୯୭୮ରୁ ୧୯୯୪ ପର୍ଯ୍ୟନ୍ତ ଭାରତୀୟ ଟିମ୍ ପାଇଁ କ୍ରିକେଟ୍ ଖେଳିଛନ୍ତି। ନିଜ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଭିତରେ କପିଲ ୧୩୧ଟି ଟେଷ୍ଟ ମ୍ୟାଚ୍ ଖେଳି ୫,୦୦୦ରୁ ଅଧିକ ରନ୍ ଓ ୪୩୪ ଓ୍ଵିକେଟ୍ ହାସଲ କରିଛନ୍ତି। ସେହିପରି ୨୫୦ଟି ଓ୍ଵାନ୍ ଡେ ମ୍ୟାଚ୍ ଖେଳି ୩,୭୮୩ ରନ୍ ଓ ୨୫୩ ରନ୍ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here