ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗରେ ସୋମବାର ମା’ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି। ମୁର୍ସିଦାବାଦର ବେଲଡାଙ୍ଗରେ ଦୁର୍ଗାମୂର୍ତ୍ତି ଭସାଣ ବେଳେ ନଦୀରେ ଡଙ୍ଗା ଓଲଟି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। କିଛି ଲୋକ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଏମାନେ ସମସ୍ତେ ବେଲଡାଙ୍ଗର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଦୁର୍ଗାପୂଜା ଶେଷ ହେବା ପରେ ସୋମବାର ବେଲଡାଙ୍ଗ ଗାଁର ଯୁବକମାନେ ମୂର୍ତ୍ତିକୁ ଏକ ଡଙ୍ଗାରେ ନେଇ ଯାଉଥିଲେ। ଡଙ୍ଗାରେ ଅଧିକ ଲୋକ ଥିବା ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।
ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ୫ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି।