ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ମାସର ଅନ୍‌ଲକ ପ୍ରକ୍ରିୟା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା କଲ୍ୟାଣ ମଣ୍ଡପଗୁଡ଼ିକ ପାଇଁ ବୁକିଂ ଆରମ୍ଭ ହୋଇଛି।

‘‘କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ସହ କଲ୍ୟାଣ ମଣ୍ଡପ କାମ ଆରମ୍ଭ କରିବ। ଯଦିଓ ସରକାର ଅତିଥିଙ୍କ ସଂଖ୍ୟା ୫୦ରୁ ୨୦୦କୁ ବୃଦ୍ଧି କରିଛନ୍ତି ତାହାର ଅର୍ଥ ନୁହେଁ ଲୋକେ କରୋନା ନିୟମାବଳୀ ମାନିବେ ନାହିଁ’’, କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀ।

ଏଥସହିତ ବିବାହ ଉତ୍ସବ ପାଳନ ବେଳେ ଲୋକେ ମାସ୍କ ପିନ୍ଧିଛନ୍ତି କି ନା ଓ ସାମାଜିକ ଦୂରତ୍ୱ ବଜାୟ ରଖୁଛନ୍ତି କି ନା ତାହା ବିଏମସିର ସ୍ୱତନ୍ତ୍ର ସ୍କ୍ୱାଡ଼ ତଦାରଖ କରିବେ ବୋଲି ସେ କହିଛନ୍ତି। ଯଦି ନିୟମ ଉଲ୍ଲଂଘନ ହୁଏ ତେବେ ତଣ୍ଡ ଗଣିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିଏମସି କଲ୍ୟାଣ ମଣ୍ଡପ ଖୋଲିବା ମାତ୍ରେ ଅଟକି ରହିଥିବା ଶୁଭ କାର୍ଯ୍ୟ ସମ୍ପାଦନ ହୋଇପାରିବ। ତା’ ଛଡ଼ା ବିବାହ ସହିତ ଜଡ଼ିତ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କର ରୋଜଗାର ଆରମ୍ଭ କରିପାରିବେ।

Comment