ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଏଭରଗ୍ରୀନ ଫିଲ୍ମ ଭିତରୁ ‘ହମ୍ ସାଥ୍ ସାଥ୍ ହୈଁ’ ଗୋଟିଏ। ଏହି ଫିଲ୍ମକୁ ୨୧ ବର୍ଷ ବିତିଥିଲେ ବି ଆଜିବି ଦର୍ଶକଙ୍କର ଏହା ପ୍ରିୟ ଫିଲ୍ମ। କାରଣ ଫିଲ୍ମର କାହାଣୀ ଯେତିକି ରୋମାଞ୍ଚକର ଥିଲା ଗୀତଗୁଡ଼ିକ ମଧ୍ୟ ସେତିକି ହୃଦୟସ୍ପର୍ଶୀ। ତେବେ ଏହି ଫିଲ୍ମକୁ ନେଇ ଏମିତି କିଛି ରୋଚକ କଥା ରହିଛି ଯାହା ଦର୍ଶକ ଜାଣି ନଥବେ।
ଏହି ଲୋକପ୍ରିୟ ଫିଲ୍ମରେ ତବୁଙ୍କ ଭୂମିକା ପାଇଁ ମାଧୁରୀ ଦୀକ୍ଷିତ ପ୍ରଥମ ପସନ୍ଦ ହୋଇଥିଲେ। କିନ୍ତୁ ମାଧୁରୀ ଦୀକ୍ଷିତ ଏହି ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ମନୀଷା କୋଇରାଲା, ଜୁହି ଚାୱଲା ଏବଂ ଶ୍ରୀଦେବୀଙ୍କୁ ମଧ୍ୟ ଏହି ଭୂମିକା ପ୍ରଦାନ କରାଯାଇଥିଲା। ସେମାନେ ପ୍ରତ୍ୟାଖାନ କରିବା ପରେ ଫିଲ୍ମ ତବୁଙ୍କ ହାତକୁ ଯାଇଥିଲା। ଏଥିସହିତ ଏହି ଫିଲ୍ମରେ ସଲମାନ, ସୈଫଙ୍କ ଭଉଣୀଙ୍କ ଭୂମିକା ପାଇଁ ଐଶ୍ୱର୍ଯ୍ୟା ରାୟଙ୍କୁ ଅଫର୍ ମିଳିଥିଲା। ଐଶ୍ୱର୍ଯ୍ୟା ଏହାକୁ ମନା କରିବା ପରେ ଅଭିନେତ୍ରୀ ନୀଲମ ଏହି ଚରିତ୍ର ନିଭାଇଥିଲେ।
ଫିଲ୍ମରେ ସଲମାନ ଖାନଙ୍କ ବିପରୀତରେ ନାୟିକା ହେବାକୁ ସୁସ୍ମିତା ସେନଙ୍କୁ ଅଫର ମିଳିଥିଲା। ସେ ବି ଏହି ଚରତ୍ର ପାଇଁ ମନା କରିବା ପରେ ସୋନାଲି ବେନ୍ଦ୍ରେ ସଲମାନଙ୍କ ହିରୋଇନ ହୋଇଥିଲେ। ଏହା ହେଉଛି ଏକମାତ୍ର ଫିଲ୍ମ ଯେଉଁଥିରେ ସଲମାନ ଖାନ ଏବଂ ସୋନାଲି ବେନ୍ଦ୍ରେ ଏକାଠି ନଜର ଆସିଥିଲେ।


















