ସ୍ନିଗ୍ଧା ଷଡ଼ଙ୍ଗୀ

ମୁଗ ଡାଲିର ହାଲୁଆ ଓ ବାଦାମ କ୍ଷୀରି ସହିତ ଦୀପାବଳୀ କମ୍ କ୍ୟାଲୋରୀଯୁକ୍ତ ମିଠା ଖାଇବା ଦ୍ୱାରା ମୋଟାପଣ ବଢିନଥାଏ।

ପ୍ରାୟ ସମସ୍ତଙ୍କୁ ମିଠା ଖାଇବାକୁ ଭଲ ଲାଗେ।  ଦୀପାବଳୀ ଏମିତି ଏକ ପର୍ବ ଯେଉଁଥିରେ ଘରେ ଘରେ ବିଭିନ୍ନ ପ୍ରକାରର ମିଠା ତିଆରି ହୋଇଥାଏ। ମିଠା ଏତେ ସ୍ୱାଦିଷ୍ଟ ହୋଇଥାଏ ଯେ କେହି ବି ମିଠା ଖାଇବାଠୁ ନିଜକୁ ରୋକି ପାରନ୍ତିନି। ତେବେ ଆପଣ ଏହି ପର୍ବରେ କିଛି କମ୍‌ କ୍ୟାଲୋରୀ ଯୁକ୍ତ ମିଠା ପ୍ରସ୍ତୁତ କରି ଖାଇପାରିବେ। ଯାହାଦ୍ୱାରା ଆପଣଙ୍କ ଓଜନ ବଢ଼ିବାର ଆଶଙ୍କା ନଥାଏ।

ମୁଗ ଡାଲିର ହାଲୁଆ

ମୁଗ ଡାଲିର ହାଲୁଆ ଦେଶୀ ଘିଅରେ ତିଆରି ହୋଇଥାଏ ଏଥିରେ ବିଶେଷକରି କାଜୁ ,ପିସ୍ତା ,ଏବଂ ବାଦାମର ବ୍ୟବହାର ହୋଇଥାଏ। ଏହି ସବୁ ଡ୍ରାଏ ଫୁଡସ୍ ରେ ଓମେଗା ୩ ,ଫେଟି ଏସିଡ୍‌ ଓ ସମସ୍ତ ଜରୁରୀ ଭିଟାମିନ ଭରପୂର ହୋଇଥାଏ। ଯଦି ଆମେ ମୁଗଡାଲିର ହାଲୁଆ ସୁଗର ଫ୍ରି ମିଶାଇ ତିଆରି କରିବା ତାହାହେଲେ ନିଜକୁ ଅତ୍ୟଧିକ କ୍ୟାଲୋରୀ ଖାଇବାଠୁ ବଞ୍ଚାଇ ପାରିବା।

ବାଦାମର କ୍ଷୀରି

ପ୍ରତ୍ୟେକ ଘରେ ଦୀପାବଳୀରେ କ୍ଷୀର ଓ ବାଦାମ ,ବା କ୍ଷୀର ଓ ମଖନର କ୍ଷୀରି ତିଆରି ହୋଇଥାଏ।  ଏହି କ୍ଷୀରି ମାତା ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ତାଙ୍କର ପୂଜା କରାଯାଇଥାଏ। ତେବେ ଆପଣ ଚାହିଁଲେ କ୍ଷୀର ଏବଂ ବାଦାମର କ୍ଷୀରି ପ୍ରସ୍ତୁତ କରିପାରିବେ। ଏହି କ୍ଷୀରିକୁ ସୁଗର ଫ୍ରି ସହିତ ତିଆରି କରନ୍ତୁ।

ଏହାଛଡ଼ା ଆପଣ ଗାଜର ହାଲଓ୍ୱା, ଚକଲେଟ ସନ୍ଦେଶ ମଧ୍ୟ ଘରେ ତିଆରି କରି ଖାଇପାରିବେ।

Comment