ଓଡ଼ିଶାଲାଇଭ୍‌ ଏଣ୍ଟରଟେମେଣ୍ଟ ବ୍ୟୁରୋ

ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ହାତରେ ସବୁବେଳେ ବ୍ୟାକ୍‌ ଟୁ ବ୍ୟାକ ଫିଲ୍ମ ଥାଏ। ନିଖୁଣ ଅଭିନୟ ପାଇଁ ତାଙ୍କ ଉପରେ ସବୁଠୁ ଅଧିକ ଡିମାଣ୍ଡ୍‌ ବି ଥାଏ। ଏହାକୁ ଦୃଷ୍ଟିରେ ରଖି ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ରାମ ସେତୁ ପାଇଁ ନିଜର ପାରିଶ୍ରମିକ ବଢ଼ାଇଛନ୍ତି। ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି।

ଅକ୍ଷୟଙ୍କ ଅଭିନୀତ ଏହି ଫିଲ୍ମରେ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ଅରୁଣ ଭାଟିଆ ଓ ବିକ୍ରମ ମଲହୋତ୍ରା ଏହାର ନିର୍ମାଣ ଭାର ସମ୍ଭାଳିଛନ୍ତି ବୋଲି ସୂଚନା ମିଳିଛି।

ଫିଲ୍ମର କାହାଣୀ ଲେଖା ସରିଥିବା ବେଳେ ୨୦୨୧ ଜୁଲାଇ ମାସରୁ ଏହାର ସୁଟିଂ ମଧ୍ୟ ଆରମ୍ଭ କରାଯିବ। ୨୦୨୨ରେ ଫିଲ୍ମଟି ରିଲିଜ କରିବାକୁ ନିର୍ମାତାମାନେ ଯୋଜନା ରଖିଛନ୍ତି।

ନଭେମ୍ବର ୧୪ରେ ନିଜେ ଅକ୍ଷୟ ଫିଲ୍ମର ପ୍ରଥମ ପୋଷ୍ଟାର ସେୟାର କରିଥିଲେ। ଯେଉଁଥିରେ ଭଗବାନ ଶ୍ରୀରାମଙ୍କ ଏକ ବଡ଼ ପ୍ରତିଛବି ସହିତ ଅକ୍ଷୟ ରାମସେତୁ ଉପରେ ଚାଲୁଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here