ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି। ଏଥିପାଇଁ ଆଜି ସର୍ବଦଳୀୟ ବୈଠକ ବସିବ। ଅଧିବେଶନ କିପରି ହେବ, ପରିଚାଳନା କିପରି କରାଯିବ? ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହରେ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ଆଲୋଚନା ହେବ।
ଏହାସହ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ଗ୍ରହଣ କରିବେ।
ଅନ୍ୟପଟେ ଶୀତ ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ବ୍ୟକ୍ତିଗତ ସଚିବ ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ଅଧିବେଶନରେ ଭାଗ ନେଇପାରିବେ। ଯେଉଁମାନେ ଅଧିବେଶନରେ ବସିବେ ନାହିଁ ସେମାନେ ଭିଡିଓ କନଫରେନ୍ସିଂରେ ଯୋଗ ଦେଇପାରିବେ।








