ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଭିୟର୍‌ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର (ଏକ୍ସଆଇଏମ୍‌ବି)ର ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ’ ନଭେମ୍ଵର ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି। ଏବର୍ଷ କନକ୍ଲେଭର ବିଷୟ ରହିଛି “ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗ୍”। ଏବର୍ଷ କନକ୍ଲେଭକୁ ଅନଲାଇନ୍‌ ଜରିଆରେ କରାଯିବା ନେଇ ଏକ୍ସଆଇଏମ୍‌ବିର ଲୋକ ସଂପର୍କ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ଏବର୍ଷ କନକ୍ଲେଭରେ ରଖାଯାଇଥିବା ବିଷୟକୁ ନେଇ ମାର୍ଗେଟ୍ ଆଟଉଡ୍ କହିଛନ୍ତି ଯେ, ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗର ଅର୍ଥ କାହାଣୀ କହିବାକୁ କଦାପି ହତ୍ୟା କରାଯାଇ ପାରିବନାହିଁ। କାରଣ ଏହା ମଣିଷର ଯୋଜନା ଉପରେ ହିଁ ନିର୍ମିତ। ସର୍ବୋତ୍ତମ ବ୍ରାଣ୍ଡଗୁଡିକ ମହାନ କାହାଣୀ ଉପରେ ନିର୍ମିତ।

କମ୍ୟୁନିକ୍ୟୁ ସପ୍ତମ ସଂସ୍କରଣରେ ବକ୍ତାମାନେ କେତେକ ଟ୍ରାନ୍ସଫିକ୍ସ ଅଭିଯାନ ପଛରେ ରହସ୍ୟ ଉନ୍ମୋଚନ କରିବେ। ଏହି ପ୍ୟାନେଲରେ ରିଲାଏନ୍ସ ଜିଓର ଉପସଭାପତି ନୀଲେଶ ମହାଜନ, ଫ୍ଲିପକାର୍ଟର ସିନିୟର ବ୍ରାଣ୍ଡ ମ୍ୟାନେଜର ପ୍ରଶାନ୍ତ ତନେଜା, ଜିଡସ ଓ୍ଵେଲନେସ୍ ଲିମିଟେଡର ସିନିୟର ବ୍ରାଣ୍ଡ ମ୍ୟାନେଜର ଶାହାବାଜ ମହମ୍ମଦ, ଆଟମନ ଗ୍ରେର ଉପସଭାପତି ତଥା ଶାଖା ମୁଖ୍ୟ ବୋଧଦେବ ଆଦି ନିଜର ବକ୍ତବ୍ୟ ରଖିବେ।

Comment