ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ରହୁଛନ୍ତି ଭାରତର ସବୁଠୁ ଡେଙ୍ଗା ପରିବାର। ଉଚ୍ଚତା ଦେଖି ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ।

ଅନେକ ସମୟରେ ଆପଣ ଡେଙ୍ଗା ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବେ। କିନ୍ତୁ କେବେ ଡେଙ୍ଗା ପରିବାର ଦେଖିଛନ୍ତି କି? ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି ଏକ ପରିବାର ଅଛନ୍ତି, ଯେଉଁମାନଙ୍କ ଉଚ୍ଚତା ସମସ୍ତଙ୍କୁ ଚକିତ କରିଛି। ଏବେ ଏହି ପରିବାର ବିଶ୍ୱ ରେକର୍ଡ ମଧ୍ୟ କରିବାକୁ ଯାଉଛନ୍ତି।

ମହାରାଷ୍ଟ୍ରର ସିଟେ ପିମ୍ପୋରି ଅଞ୍ଚଳରେ ଏହି ପରିବାର ରହନ୍ତି। ଏହି ପରିବାର ସମସ୍ତ ସଦସ୍ୟଙ୍କ ଉଚ୍ଚତା ଅନ୍ୟ ସାଧାରଣ ଲୋକଙ୍କଠାରୁ ଢେର ଅଧିକ। ଏହି ପରିବାରର ମୁଖ୍ୟ ଶରତ ଓ ସଞ୍ଜୋତ କୁଲକର୍ଣ୍ଣୀ ଦେଶର ସବୁଠୁ ଉଚ୍ଚତା ସମ୍ପନ୍ନ ଦମ୍ପତି ଭାବେ ପୂର୍ବରୁ ରେକର୍ଡ କରିଛନ୍ତି। ଏମାନଙ୍କ ସନ୍ତାନଙ୍କ ଉଚ୍ଚତା ବି ଠିକ୍‌ ସେମାନଙ୍କ ପରି।

୫୭ ବର୍ଷୀୟ ଶରତ କୁଲକର୍ଣ୍ଣୀଙ୍କ ଉଚ୍ଚତା ୭ ଫୁଟ ୧.୫ ଇଞ୍ଚ ରହିଥିଲା ବେଳେ ତାଙ୍କ ପତ୍ନୀଙ୍କର ଉଚ୍ଚତା ୬ ଫୁଟ ୨.୬ ଇଞ୍ଚ ରହିଛି। ସେହିପରି ତାଙ୍କ ବଡ଼ ଝିଅ ମୁରୁଗାଙ୍କ ବୟସ ୨୮ ବର୍ଷ ହୋଇଥିଲା ତାଙ୍କ ଉଚ୍ଚତା ୬ ଫୁଟ୍‌ ରହିଛି। ସାନ ଝିଅ ସାନ୍ୟାଙ୍କ  ବୟସ ୨୨ ବର୍ଷ ହୋଇଥିଲା ଉଚ୍ଚତା ୬ ଫୁଟ ୪ ଇଞ୍ଚ ରହିଛି।

ତେବେ ସବୁଠୁ ଖାସ କଥା ହେଉଛି ଶରତ ଓ ସଞ୍ଜୋତଙ୍କ ବିବାହ। ୧୯୮୯ରେ କାରଣ ଶରତଙ୍କ ଉଚ୍ଚତା ଅଧିକ ଥିବାରୁ ବିବାହ କରିବା ପାଇଁ କୌଣସି ଝିଅ ରାଜି ହେଉନଥିଲେ। ଦିନେ ହଠାତ ସଞ୍ଜୋତଙ୍କ ଜେଜେ ମା‘ ଘର ପାଖ ଦୋକାନକୁ ପରିବା କିଣିବାକୁ ଯାଇଥିଲେ ଶରତଙ୍କୁ ଦେଖିଥିଲେ। ଏହାପରେ ସଞ୍ଜୋତଙ୍କ ଜେଜେ ମା’ ଶରତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।

ଶରତ ଓ ସଞ୍ଜୋତଙ୍କ ଉଚ୍ଚତା ପାଖାପାଖି ମିଶୁଥିବାରୁ ଉଭୟ ବିବାହ ପାଇଁ ରାଜି ହୋଇଥିଲେ। ସେତେବେଳେ ସେମାନଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ସେମାନଙ୍କ ପିଲାଙ୍କ ଉଚ୍ଚତା ମଧ୍ୟ ତାଙ୍କ ଭଳି ଡେଙ୍ଗା ହୋଇଥିବାରୁ ଏବେ ଏହି ପରିବାର ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜର ନାଁ ସାମିଲ କରିବାକୁ ଉଦ୍ୟମ ଚଳାଇଛନ୍ତି।

Comment