ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସକ୍ରିମ କାଠିରେ ଝଲସୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏଭଳି ନିଆରା କଳାକୃତି କରି ଭକ୍ତଙ୍କୁ ନାଗାର୍ଜୁନ ବେଶର ଦର୍ଶନ କରାଇଛନ୍ତି ଯୁବ କାରିଗର ବିଶ୍ୱଜିତ ନାୟକ।
ପୁରୀ ପୌରାଞ୍ଚଳ ଅନ୍ତର୍ଗତ ସିଦ୍ଧମହାବୀର କୁମୁଟିପାଟଣାର ବିଶ୍ୱଜିତ୍ଙ୍କୁ ମହାପ୍ରଭୁଙ୍କ ଏହି ବେଶ କରିବା ପାଇଁ ଲାଗିଥିଲା ୧୬ ଦିନ ସମୟ। ୩ ହଜାର ୫ ଶହ ଆଇସ୍କ୍ରିମ କାଠିରେ ସେ ତିଆରି କରିଥିଲେ ମହାପ୍ରଭୁଙ୍କ ଏହି ବିରଳ ବେଶ।
ମହାପ୍ରଭୁଙ୍କ ଏହି ମୂର୍ତ୍ତିର ଉଚ୍ଚତା ୪୦ ଇଞ୍ଚ ହୋଇଥିବା ବେଳେ ଓସାର ରହିଛି ୨୨ ଇଞ୍ଚ। ବିଶ୍ୱଜିତଙ୍କ ଏହି କାରିଗରୀକୁ ସମସ୍ତେ ପ୍ରଶଂସା କରିଛନ୍ତି। ବିଶ୍ୱଜିତଙ୍କ ଏହି କଳାକୃତି ଜରିଆରେ ଭକ୍ତ ପ୍ରଭୁଙ୍କ ଏହି ବିରଳ ବେଶର ଦର୍ଶନ କରିପାରିଛନ୍ତି।
ତେବେ ବିଶ୍ୱଜିତଙ୍କର ଏହା ପ୍ରଥମ କଳାକୃତି ନୁହେଁ। ଏହାପୂର୍ବରୁ ପ୍ରଭୁ ଗଣେଶ, ମା’ ଦୁର୍ଗା ଓ ଅନ୍ୟ ଦେବାଦେବୀଙ୍କ ଏଭଳି ମୂର୍ତ୍ତି କରି ସେ ଚର୍ଚ୍ଚାକୁ ଆସିଛନ୍ତି।
















