ଓଡ଼ିଶାଲାଇଭ୍‌ ବ୍ୟୁରୋollywood hero deepak

ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ନୂଆ ପ୍ରେମ କାହାଣୀ ନେଇ ଆସୁଛନ୍ତି ଓଲିଉଡ ଅଭିନେତା ଦୀପକ ପରିଡ଼ା ଓ ଅଭିନେତ୍ରୀ ଅନୁଭା। ଏହି ଫିଲ୍ମର ନାଁ ହେଉଛି ‘ଏଇ ବୋଧେ ଭଲ ପାଇବା’। ସୋମବାର କିଟ୍‌ କ୍ୟାମ୍ପସରେ ଏହି ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କାଦମ୍ବିନୀ ସମ୍ପାଦିକା ଡକ୍ଟର ଇତିରାଣୀ ସାମନ୍ତ ଓ ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗଦେଇ ଫିଲ୍ମର ମହୁରତ କରିଥିଲେ।

ଏକ ନିଆରା ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଫିଲ୍ମର କାହାଣୀ ଲେଖିଛନ୍ତି। ସେହିପରି ଏଥିରେ ନିର୍ଦ୍ଦେଶନା ଭାର ସୁଧାକର ବସନ୍ତ ସମ୍ଭାଳୁଥିଲା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ଅଭିଜିତ ମୁଜମଦାର।

ଫିଲ୍ମରେ ଦୀପକ ଓ ଅନୁଭାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସରୋଜ ଦାସ, ପ୍ରତିଭା ପଣ୍ଡା, ନମିତାଙ୍କ ଭଳି କଳକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଖୁବଶୀଘ୍ର ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ୁଛି।

LEAVE A REPLY

Please enter your comment!
Please enter your name here