ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ଯୋଦ୍ଧାଙ୍କୁ ମାଗଣାରେ ଟିକାକରଣ କରିବେ ରାଜ୍ୟ ସରକାର। ଟିକା ଆସିବା ପରେ ତିନୋଟି ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ ବୋଲି ଗୁରୁବାର ସୂଚନା ଦେଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମାଚାରୀମାନଙ୍କୁ ବି ମାଗଣାରେ ଟିକା ଦିଆଯିବ। ତା’ ସହ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ।

ରାଜ୍ୟ ସରକାର କଲେଣି ପ୍ରସ୍ତୁତି

ଗତ ଡିସେମ୍ବର ୧୫ ତାରିଖରେ ରାଜ୍ୟ ସରକାର ଟିକାକରଣ ହେବା ନେଇ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ୨୯, ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ ୮୨୭୬ କର୍ମୀ ଟିକାକରଣରେ ନିୟୋଜିତ ହେବେ ବୋଲି କୁହାଯାଇଛି।

ଏଥିପାଇଁ ଗୋଟିଏ ରାଜ୍ୟସ୍ତରୀୟ, ୯ଟି ଆଞ୍ଚଳିକ, ୩୨ଟି ଜିଲ୍ଲାସ୍ତରୀୟ ଟିକା ଷ୍ଟୋର ରହିବ। ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣ କର୍ମଚାରୀ ନିୟୋଜିତ ହେବେ। ଟିକା ନେବା ପରେ ଲୋକଙ୍କୁ ୩୦ ମିନିଟ ନିରକ୍ଷଣ କରାଯିବ। ଏହାପରେ ଟିକା ନେଇଥିବା ଲୋକଙ୍କୁ ସାର୍ଟିଫିକେଟ ଦିଆଯିବ ବୋଲି ସୂଚନା ମିଳିଛି।

Comment