ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକ ପରେ ଖୋଲିବ ଶ୍ରୀମନ୍ଦିର। ୨୩ ତାରିଖରୁ ୨୫ ତାରିଖ ଯାଏଁ ସେବାୟତ ଓ ତାଙ୍କ ପରିବାର, ୨୬ରୁ ୩୧ ଯାଏଁ ପୁରୀ ସହର ବାସିନ୍ଦା, ୩ ତାରିଖରେ ରାଜ୍ୟ ବାହାରର ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ। ତେବେ ଶ୍ରୀମନ୍ଦିର ଖୋଲିବା ପରେ କେଉଁ ନିୟମ ମାନିବାକୁ ହେବ ସେନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂହ।

ସେବାୟତଙ୍କ ପରିବାର ପାଇଁ

  • ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ୨୩, ୨୪, ୨୫ ତାରିଖରେ ସେବାୟତଙ୍କ ପରିବାର ଦର୍ଶନ ପାଇଁ ସୁଯୋଗ ମିଳିବ।
  • ସେମାନେ ସବୁ ଦ୍ୱାର ପଟେ ପ୍ରବେଶ କରିପାରିବେ। ସେମାନେ ନିଜର ପ୍ରମାଣ ପତ୍ର,ସ୍ୱାସ୍ଥ୍ୟ ବୀମା କାର୍ଡ ସାଙ୍ଗରେ ନେଇ ଆସିବେ।
  • ନିର୍ଦ୍ଦାରି ତାରିଖରେ ବାହାର ଲୋକ ଯେମିତି ପ୍ରବେଶ ନକରନ୍ତି ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯିବ।

ପୁରୀ ସହରବାସୀଙ୍କ ପାଇଁ

  • ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ୨୬ରୁ ୩୧ ଯାଏଁ ପୁରୀ ସହରବାସୀଙ୍କ ଲାଗି ଦର୍ଶନ ବ୍ୟବସ୍ଥା କରାଯିବ।
  • ସହରବାସୀଙ୍କୁ ଦର୍ଶନ ପାଇଁ ଓ୍ୱାର୍ଡ ଅନୁଯାୟୀ ବ୍ୟବସ୍ଥା କରାଯିବ। ଲୋକ ସଂଖ୍ୟା ଦେଖି କେଉଁଦିନ କେଉଁ ଓ୍ୱାର୍ଡ ନିର୍ଦ୍ଧାରଣ ହେବ ତାହା ସ୍ଥିର କରାଯିବ।
  • ଯେଉଁ ଓ୍ୱାର୍ଡ ଲୋକ ଯେଉଁଦିନ ଦର୍ଶନ କରିବେ, ସେମାନଙ୍କୁ ମ୍ୟୁନିସିପାଲିଟି କର୍ମଚାରୀ ଟୋକନ ଦେବେ।
  • ଦୈନିକ ୪ ଘଣ୍ଟା ଦର୍ଶନ ପାଇଁ ସମୟ ମିଳିବ।
  • ଆଧାରକାର୍ଡ ଓ ଟୋକନ, କରୋନା ନେଗେଟିଭ୍‌ ରିପୋର୍ଟ ଦେଖାଇଲା ପରେ ଦର୍ଶନ ପାଇଁ ଅନୁମତି ମିଳିବ।
  • ଏଥିପାଇଁ କାଉଣ୍ଟର ବ୍ୟବସ୍ଥା କରାଯିବ।
  • କାହାର ଭୋଟର କାର୍ଡ କିମ୍ବା ଆଧାରକାର୍ଡ ନଥିଲେ ମ୍ୟୁନିସିପାଲିଟିର ଏକ ନମ୍ବର ଦିଆଯିବ। ସେଥିରେ କଲ୍‌ କରି ଆପଣ ଏକ ପରିଚୟ ପତ୍ର ପାଇପାରିବେ।
  • ସହରବାସୀଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନାହିଁ।

ବାହାର ଲୋକଙ୍କ ପାଇଁ

  • ନୂଆ ବର୍ଷ ଭିଡ଼ ପାଇଁ ଜାନୁଆରି୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ।
  • ୩ ତାରିଖରୁ ବାହାର ଲୋକ କରିବେ ଦର୍ଶନ।
  • ସକାଳ ସାଢ଼େ ୭ଟାରୁ ରାତି ପହୁଡ଼ ଯାଏଁ ଦର୍ଶନ ସୁଯୋଗ ମିଳିବ।
  • କୋଭିଡ ନେଗେଟିଭ୍‌ ରିପୋର୍ଟ ଦେଖାଇବା ଜରୁରୀ।
  • ୬୫ ବର୍ଷରୁ ଅଧିକ ଲୋକ ନଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଆଜି ଏକ ବୈଠକ ବସିଥିଲା। ବୈଠକରେ ଜିଲ୍ଲାପାଳ ବଳଓ୍ୱନ୍ତ ସିଂହ, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଶ୍ରୀମନ୍ଦିର ପ୍ରାଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ଅତିରିକ୍ତ ଏସପି ବୈଠକରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here