ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡ ଡିଭା ଅର୍ଚ୍ଚିତା ସାହୁ ନିଜର କଳାଧଳା ଅବତାରକୁ ନେଇ ଏବେ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି। ଜଣେ ୬୦ ଦଶକର ହିରୋଇନ ଲୁକ୍ରେ ଅର୍ଚ୍ଚିତାଙ୍କୁ ପସନ୍ଦ କରିଛନ୍ତି ଦର୍ଶକ।
୩ ଦିନ ତଳେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅର୍ଚ୍ଚିତା ଏହି ଫଟୋ ପୋଷ୍ଟ କରିଥିଲେ। ଫଟୋରେ ସେ ଲେଖଥିଲେ, ‘‘କଳା ଧଳା ସମୟରେ ତୁମର ପ୍ରିୟ ଅଭିନେତ୍ରୀ କିଏ ଥିଲେ?’’। ଏହା ସହିତ ସେ ତାଙ୍କର ପ୍ରିୟ ଅଭିନେତ୍ରୀ ମଧୁବାଲା ବୋଲି ସେଠାରେ ଲେଖିଥିଲେ।
ଅର୍ଚ୍ଚିତା ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ମୀନା କୁମାରୀଙ୍କ ପରି ଦିଶୁଥିବା ଅନେକ କମେଣ୍ଟରେ କହିଥିଲେ।
ଅର୍ଚ୍ଚିତା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାଆନ୍ତି। ଖାସ୍ କରି ଇନ୍ଷ୍ଟାଗ୍ରାମରେ ପ୍ରତିଦିନ ସେ କିଛି ନା କିଛି ଫଟୋ ପୋଷ୍ଟ କରନ୍ତି। ଫଟୋ ମାଧ୍ୟମରେ ଅର୍ଚ୍ଚିତା ନିଜର ଅପଡେଟ୍ ଫ୍ୟାନ୍ସମାନଙ୍କୁ ଦେଇଥାନ୍ତି।


















