ଓଡ଼ିଶାଲାଇଭ୍ ବ୍ୟୁରୋ

 

  • ଏଣିକି ରବିବାର ଖୋଲାରହିବ ଶ୍ରୀମନ୍ଦିର
  • ସବୁଦିନେ ଦର୍ଶନ କରିପାରିବେ ଭକ୍ତ
  • ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ
  • ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ମିଳିଲା ଅନୁମତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଖୁସି ଖବର। ଏଣିକି ରବିବାର ବି ଖୋଲାରହିବ ଶ୍ରୀମନ୍ଦିର। ସପ୍ତାହର ୬ ଦିନ ପରିବର୍ତ୍ତେ ପୂର୍ବପରି ସବୁଦିନ ଭକ୍ତମାନେ କାଳିଆ ଦର୍ଶନ କରିପାରିବେ। ପୂର୍ବଭଳି ଧାଡ଼ି ଦର୍ଶନ ବ୍ୟବସ୍ଥା ଜାରି ରହିବ। ଏନେଇ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।ସକାଳ ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ପୂର୍ବରୁ ପୁରୀବାସୀଙ୍କୁ କେବଳ ସକାଳ ୬ଟାରୁ ୭ଟା ଯାଏଁ ଦର୍ଶନ ସୁଯୋଗ ମିଳୁଥିଲା। କିନ୍ତୁ ଏବେ ସମସ୍ତେ ସକାଳ ୬ଟାରୁ ଦର୍ଶନ କରିପାରିବେ। କିନ୍ତୁ ଦର୍ଶନ ସମୟରେ କରୋନା ନିୟମ ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଆଦି କଡ଼ାକଡ଼ି ଭାବେ ପାଳନ ହେବ।

ଶ୍ରୀମନ୍ଦିର ପରିସରରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ନିଶେଦ୍ଧ କରାଯାଇଛି। ଯଦି କୌଣସି ଶ୍ରଦ୍ଧାଳୁ ମନ୍ଦିର ଭିତରେ ଛେପ, ଖଙ୍କାର ପକାଉଥିବା ଧରାପଡ଼ିଲେ ତେବେ ସେମାନଙ୍କଠାରୁ ଏକ ହଜାର ଟଙ୍କା ଜରିମାନା ନିଆଯିବ। ଏଥିପାଇଁ ସ୍ଵତନ୍ତ୍ର ସ୍କ୍ୱାଡ୍ ଗଠନ କରାଯିବ। ସେହିପରି ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ତା’ଛଡ଼ା ଉତ୍ତର ଦ୍ୱାର ନିକଟରେ ଥିବା ଜୋତା, ବ୍ୟାଗ ରଖିବା ସ୍ଥାନରେ ଶ୍ରଦ୍ଧାଳୁ ଜିନିଷପତ୍ର ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଫେବ୍ରୁଆରି ୧୨ ତାରିଖରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ। ସେହିପରି ଏଣିକି ଆନନ୍ଦବଜାରରେ ଭକ୍ତ ମହାପ୍ରସାଦ ଖାଇପାରିବେ। ଏଥିସହ ସୋମବାର ହେବାକୁ ଥିବା ଶ୍ରୀଜିଉଙ୍କ ପଦ୍ମ ବେଶକୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here