ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଶୁକ୍ରବାର ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ। କଙ୍ଗନା ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି।

‘‘ଆମେ ସୁବବେଳେ କୃଷ୍ଣଙ୍କୁ ରାଧା କିମ୍ବା ଲକ୍ଷ୍ମୀଙ୍କ ସହିତ ଦେଖୁ। କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିରରେ ଭଗବାନ କୃଷ୍ଣଙ୍କୁ ତାଙ୍କ ଭାଇ, ବଳରାମ ସୁଭଦ୍ରାଙ୍କ ସହିତ ବସିଥିବା ଦେଖିଲି’’, ଜଗନ୍ନାଥଙ୍କ ଦର୍ଶନ ପରେ ଏଭଳି କହିଛନ୍ତି କଙ୍ଗନା।

ଗୁରୁବାର ସନ୍ଧ୍ୟାରେ କଙ୍ଗନା କୌଣସି ବ୍ୟକ୍ତିଗତ କାମରେ ଓଡ଼ିଶା ଆସିଥିଲେ। ଶୁକ୍ରବାର ସକାଳୁ ‘ଓ୍ୱାଇ’ ସୁରକ୍ଷାରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

LEAVE A REPLY

Please enter your comment!
Please enter your name here