ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଖଳନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା କିଛି ଅଭିନେତାଙ୍କୁ ଜାଣନ୍ତୁ।
ଖଳନାୟକ କହିଲେ ସମସ୍ତଙ୍କ ମନରେ ଆସେ ଯେ, ଅଭିନେତା ଜଣକ ନିହାତି ଦେଖିବାକୁ ଟିକିଏ ଭୟଙ୍କର ହୋଇଥିବେ। ବେଶ, ପୋଷାକ ବି ଚରିତ୍ରକୁ ଖାପ୍ ଖୁଆଇଲା ଭଳି ଥିବ, ଯାହାଙ୍କୁ ଦେଖି ଦର୍ଶକଙ୍କ ମନରେ ଭୟ ସୃଷ୍ଟି ହୋଇଥିବ। କିନ୍ତୁ ଏବେ ଟ୍ରେଣ୍ଡ ବଦଳିଛି। ବଲିଉଡରେ କିଛି ହ୍ୟାଣ୍ଡସମ୍ ଅଭିନେତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳୁଛି। ସେମିତି କିଛି ଅଭିନେତା ହେଲେ ରଣବୀର ସିଂହ, ସୋନୁ ସୁଦ, ନିଲ ନିତିନ ମୁକେଶ, ରିତେଶ ଦେଶମୁଖ, ସୈଫ୍ ଅଲ୍ଲୀ ଖାନ।
ରଣବୀର ସିଂହ
ବଲିଉଡରେ ଭିନ୍ନ ଭିନ୍ନ ଫିଲ୍ମରେ ଭିନ୍ନ ଚରିତ୍ର କରିଛନ୍ତି ଅଭିନେତା ରଣବୀର ସିଂହ। ତାଙ୍କର ପ୍ରତି ଚରିତ୍ରକୁ ମିଳିଛି ଦର୍ଶକଙ୍କ ଭଲ ପାଇବା। ତେବେ ବଲିଉଡର ଏହି ହ୍ୟାଣ୍ଡସମ ଅଭିନେତା ଖଳନାୟକ ଭୂମିକାରେ ବି ଅଭିନୟ କରିଛନ୍ତି। ଫିଲ୍ମ ‘ପଦ୍ମାବତ’ରେ ଖିଲଜୀ ଭୂମିକାରେ ଅଭିନୟ କରିଥିଲେ ରଣବୀର ସିଂହ, ଯାହାକି ଏକ ନେଗେଟିଭ୍ ରୋଲ ଥିଲା। ଏହି ଫିଲ୍ମ ପାଇଁ ତାଙ୍କ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ମିଳିଛି।
ସୋନୁ ସୁଦ
କରୋନା କାଳରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ସୋନୁ ସୋଦୁ ଖବ୍ କମ୍ ଫିଲ୍ମରେ ହିରୋ ଭୂମିକା ନିଭାଇଛନ୍ତି। କିନ୍ତୁ ଖଳନାୟକ ଭୂମିକାରେ ତାଙ୍କୁ ସବୁଠୁ ଅଧିକ ଲୋକପ୍ରିୟତା ମିଳିଛି। ବଲିଉଡଠାରୁ ଆରମ୍ଭ କରି ସାଉଥ ଫିଲ୍ମରେ ସବୁଥିରେ ସେ ଖଳନାୟକ ଭାବେ ଦମଦାର ଅଭିନୟ ଦେଖାଇଛନ୍ତି। ଫିଲ୍ମ ଆର୍ ରାଜକୁମାର, ଦବଙ୍ଗ୍, ସିମ୍ବା ଭଳି ଫିଲ୍ମ ଖଳନାୟକ ଭୂମିକା କରିଛନ୍ତି।
ନିଲ ନିତିନ ମୁକେଶ
ବଲିଉଡର ଆଉ ଜଣେ ହ୍ୟାଣ୍ଡସମ୍ ଅଭିନେତା ହେଲେ ନିଲ୍ ନିତିନ୍ ମୁକେଶ। ହେଲେ ଦର୍ଶକ ତାଙ୍କ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିଛନ୍ତି। ପ୍ଲେୟର୍ସ, ଓ୍ୱଜିର, ଗୋଲମାଲ ଏଗେନ, ସାହୋ ଭଳି ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି।
ରିତେଶ ଦେଶମୁଖ
ନାୟକ, ଖଳନାୟକ, କମେଡିଆନ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ସବୁ ଚରିତ୍ରରେ ବି ତାଙ୍କୁ ମିଳିଛି ଭଲ ପାଇବା। କିନ୍ତୁ ଯେବେ ସେ ଭିଲେନ ରୋଲରେ ପରଦାକୁ ଆସିଛନ୍ତି ସେତେବେଳେ ହିରୋଙ୍କ ଅପେକ୍ଷା ତାଙ୍କ ଚର୍ଚ୍ଚା ଅଧିକ ହୋଇଛି। ଫିଲ୍ମ ‘ଏକ ଭିଲେନ’, ‘ମରଜାଓ୍ୱାଁ’ରେ ତାଙ୍କର ଖତରନାକ ଅଭିନୟ ଦେଖିବାକୁ ମିଳିଛି।
ସୈଫ୍ ଅଲ୍ଲୀ ଖାନ
ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ। ଭିଲେନ୍ ରୋଲ୍ରେ ବି ବେଶ ଚର୍ଚ୍ଚା ସାଉଣ୍ଟିଛନ୍ତି। ‘ଓମକାରା’ ‘ତାନାଜୀ’ ଭଳି ଫିଲ୍ମରେ ସୈଫଙ୍କ ଦମଦାର ରୋଲ୍କୁ ବେଶ୍ ପ୍ରଶଂସା ମିଳିଛି।


















