ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଛି ବିମାନ ଭଡ଼ା। ଶୁକ୍ରବାର ଦେଶରେ ସମସ୍ତ ଘରୋଇ ବିମାନ ଭଡ଼ାକୁ କେନ୍ଦ୍ର ସରକାର ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଦେଶରେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ନେଇ ପ୍ରଭାବିତ ହୋଇଥିଲେ, ଏବେ ପୁଣିଥରେ ବିମାନ ଭଡ଼ା ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିମାନଯାତ୍ରୀ ।

ମନ୍ତ୍ରୀଙ୍କ କହିବା ଅନୁସାରେ, ବିମାନ ଚଳାଚଳ ପାଇଁ ଆବଶ୍ୟକ ଇନ୍ଧନ ବା ଏଟିଏଫର ଦାମ୍ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଘରୋଇ ବିମାନର ଭଡ଼ାକୁ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ପାଇଁ ବିଭିନ୍ନ ରାଜ୍ୟ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଥିବାରୁ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଏଣୁ ବିମାନଗୁଡ଼ିକ ୮୦ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରୁଛନ୍ତି। ମାସକ ଭିତରେ ତିନିଥର ଦୈନିକ ଯାତ୍ରୀଙ୍କ ସଂଖ୍ୟା ୩.୫ଲକ୍ଷରୁ ବୃଦ୍ଧି ପାଇଲେ, ଏହି ସେକ୍ଟରରେ ୧୦୦ ପ୍ରତିଶତ ଅପରେସନକୁ ଅନୁମତି ମିଳିବ କହିଛନ୍ତି ମନ୍ତ୍ରୀ ହରଦୀପ ସିଂହ।

Comment