ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହୋଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ଲାଗି ଭୋଟ ଗ୍ରହଣ ଚାଲିଥିଲା ବେଳେ ଆସାମର ୪୭ ଟି ଆସନରେ ଲାଗି ମତଦାନ ଚାଲିଛି। କରୋନା କଟକଣା ମାନି ଭୋଟର ଭୋଟ ଦେଉଛନ୍ତି।

ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ ୭.୩୨ କୋଟି ଭୋଟର ୧,୦୧, ୯୧୬ ବୁଥ୍‌ରେ ଭୋଟର ଭୋଟ ଦେବେ। ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଚଳିତ ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

ସେହିପରି ଆସାମରେ ପ୍ରଥମ ପର୍ଯ୍ୟାୟରେ ୮୧,୦୯, ୮୧୫ ଭୋଟର ଭୋଟ ଦେବେ। ୨୧୬ ଆସନ ବିଶିଷ୍ଟ ଆସାମ ବିଧାନସଭା ପାଇଁ ୩ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି। ଆସାମରେ ବିଜେପି କ୍ଷମତାରେ ଅଛି।

LEAVE A REPLY

Please enter your comment!
Please enter your name here