ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ମେ’ ୧୫ ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଏନେଇ ଭାରତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ଟୁଇଟ କରି ଜଣାଇଛନ୍ତି।
All monuments & museums under @ASIGoI to be closed till 15th May 2021 due to COVID spike. https://t.co/9DvJnRBE2t
— Archaeological Survey of India (@ASIGoI) April 15, 2021
ଏଏସ୍ଆଇର ଘୋଷଣା ପରେ ରାଜ୍ୟଗୁଡ଼ିକରେ ଥିବା ସମସ୍ତ ପୂରାତନ ଐତିହ୍ୟସ୍ଥଳୀ ମଧ୍ୟ ବନ୍ଦ ହେବ। ସେହିଭଳି ଭାବରେ ଓଡ଼ିଶାରେ ଥିବା କୋଣାର୍କ ମନ୍ଦିର, ଭୁବନେଶ୍ୱରର ରାଜାରାଣୀ ମନ୍ଦିର ଇତ୍ୟାଦିକୁ ବନ୍ଦ କରାଯିବ। ପୂର୍ବବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ଦେଶର ସମସ୍ତ ସ୍ମାରକୀ ବନ୍ଦ କରାଯାଇଥିଲା। ସଂକ୍ରମଣର ମାତ୍ରା କମିବା ପରେ ପର୍ଯ୍ୟଟକମାନଙ୍କ ପାଇଁ ସ୍ମାରକୀଗୁଡ଼ିକ ଖୋଲାଯାଇଥିଲା।
ବର୍ତ୍ତମାନ ଦେଶରେ ସଂକ୍ରମଣର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ ୨ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଏସ୍ଆଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।