ଓଡ଼ିଶାଲାଇଭ୍ ବ୍ୟୁରୋ
ମସ୍ତିଷ୍କାଘାତ ବା ବ୍ରେନ ଷ୍ଟ୍ରୋକ୍ ଏକ ମାରାତ୍ମକ ରୋଗ। ମସ୍ତିଷ୍କକୁ ରକ୍ତ ପ୍ରବାହ ବନ୍ଦ ହୋଇ ହଠାତ ଦୁର୍ବଳ ଲାଗିବା ଓ ଶରୀରରେ କୌଣସି ପାର୍ଶ୍ୱର ବିଭିନ୍ନ ଅଙ୍ଗ ପକ୍ଷାଘାତରେ ଆକ୍ରାନ୍ତ ହେବାକୁ ମସ୍ତିଷ୍କାଘାତ କୁହାଯାଏା ଯେକୌଣସି ବ୍ୟକ୍ତି ଏହାର ଶିକାର ହୋଇପାରନ୍ତି। ତେଣୁ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ଦରକାର।
ମସ୍ତିଷ୍କାଘାତର କାରଣ
ଉଚ୍ଚ ରକ୍ତଚାପ।
ରକ୍ତରେ ମାତ୍ରାଧିକ କୋଲେଷ୍ଟ୍ରୋଲ।
ଅନିୟନ୍ତ୍ରିତ ମଧୁମେହ।
ଧୂମପାନ ଓ ମଦ୍ୟପାନ।
ମୋଟାପଣ ଓ ଆଳସ୍ୟ।
ଲକ୍ଷଣ
ହଠାତ ମୁଖର ଗୋଟିଏ ପାର୍ଶ୍ୱ ମାଂସପେଶୀ ଦୁର୍ବଳ ହେବା କିମ୍ବା ଝିମ୍ ଝିମ ଲାଗିବ।
ଗୋଟିଏ ପାର୍ଶ୍ୱ ହାତ କିମ୍ବା ଗୋଡ଼ ଅଚଳ ହୋଇଯିବା।
ମାଂସପେଶୀ ଟାଣ ହୋଇଯିବା।
କଥାବାର୍ତ୍ତା କରିନପାରିବା
ଅସହ୍ୟ ମୁଣ୍ଡବିନ୍ଧା ହେବା, ଝାପସା ଦେଖାଯିବା।
ପ୍ରତିରୋଧ ଓ ନିୟନ୍ତ୍ରଣ
ନିୟମିତ ରକ୍ତଚାପ ଓ ମଧୁମେହର ପରୀକ୍ଷା ଏବଂ ତା’ର ନିୟନ୍ତ୍ରଣ।
ଧୂମପାନ ଓ ମଦ୍ୟପାନ ନକରିବା।
ଓଜନକୁ ନିୟନ୍ତ୍ରଣରେ ରଖିବା।
ପ୍ରାତଃ ଭ୍ରମଣ ଓ ଶାରୀରିକ ପରିଶ୍ରମ କରିବା।
ମାଛ, ମାଂସ ଭଳି ଚର୍ବିଜାତୀୟ ଖାଦ୍ୟ ଉପରେ ନିୟନ୍ତ୍ରଣ।
୩୦ ବର୍ଷରୁ ଅଧିକ ବ୍ୟକ୍ତି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ।

















