ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୯ ତାରିଖ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା(ଓଏସଏସଟିଇଟି) ପରୀକ୍ଷା କରାଯିବ। ରାଜ୍ୟର ମୋଟ ୩୩୮ଟି କେନ୍ଦ୍ରରେ ଏହି ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ୭୨,୨୮୦ ଜଣ ପ୍ରାର୍ଥୀ ଓଏସଏସଟିଇଟି ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ ସ୍କ୍ଵାର୍ଡ ଗଠନ କରାଯାଇଛି। ବିଇଓମାନଙ୍କୁ ନେଇ ସ୍କ୍ଵାର୍ଡ ଗଠନ କରାଯିବା ସହ ୮ଟି ସ୍ପେସିଆଲ ସ୍କ୍ଵାର୍ଡ ଗଠନ କରାଯାଇ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ଓଏସଏସଟିଇଟି ପରୀକ୍ଷା ଦୁଇଟି ସିଟିଙ୍ଗରେ କରାଯିବ। ପ୍ରଥମ ସିଟିଙ୍ଗ ସକାଳ ୯ଟାରୁ ୧୧.୩୦ ଏବଂ ଦ୍ଵିତୀୟ ସିଟିଙ୍ଗ ୨ଟାରୁ ୩.୩୦ ପର୍ଯ୍ୟନ୍ତୁ ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ କପି କରି ଧରାପଡ଼ିଲେ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ ହେବାକୁ ପଡ଼ିବ। ମଙ୍ଗଳବାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ଥର୍ମାଲ ସ୍କାନିଂ ଏବଂ ହ୍ୟାଣ୍ଡ ସାନିଟାଇଜ ପାଇଁ ବ୍ୟବସ୍ଥା କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here