ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ ରହିଥିବା ପଦ୍ମଭୂଷଣ ରାହୁଲ ବଜାଜଙ୍କର ପରଲୋକ ହୋଇଛି। ପୁଣେ ସ୍ଥିତ ବାସଭବନରେ ତାଙ୍କର ୮୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ହେଲା ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଖବର ଆସିବା ପରେ ବିଭିନ୍ନ ବିଶିଷ୍ଠ ବ୍ୟକ୍ତି, ରାଜନେତା, ମନ୍ତ୍ରୀ ଓ ଉଦ୍ୟୋଗପତିଙ୍କ ମହଲରେ ଶୋକ ପ୍ରକାଶ ପାଇଛି। ପଦ୍ମଭୂଷଣ ରାହୁଲ ବଜାଜଙ୍କର ପରଲୋକ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

ଘରେ ଘରେ ବଜାଜ ଗାଡ଼ିକୁ ପରିଚିତ କରାଯାଇଥିବା ରାହୁଲ ବାଜାଜ ୨୦୦୬ରୁ ୨୦୧୦ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୀତିନ ଗଡ଼କରୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here