ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ବିଧାନସଭାରେ ଆଗତ ହେବ କାମଚଳା ବଜେଟ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପଞ୍ଚାୟତ ଏବଂ ପୌର ନିର୍ବାଚନ ଯୋଗୁଁ ଠିକ୍ ସମୟରେ ବଜେଟ ଅଧିବେଶନ ହୋଇପାରି ନାହିଁ। ଆଜି କାମଚଳା ବଜେଟ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମେ ବାର୍ଷିକ ବଜେଟ ଆକଳନ ଉପସ୍ଥାପନ କରିବେ। ଏହା ପରେ ଅର୍ଥମନ୍ତ୍ରୀ ଏକ ପ୍ରସ୍ତାବରେ ୧ ଲକ୍ଷ ୬ ହଜାର ୪୯୬ କୋଟି ଟଙ୍କାର ଭୋଟ ଅନ ଆକାଉଣ୍ଟ ଗ୍ରାଣ୍ଟ ଗୃହରେ ଅନୁମତି ପାଇଁ ଉପସ୍ଥାପନ କରିବେ।

ଏହା ଆସନ୍ତା ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆକରରେ ଅନୁମୋଦନ ଲାଭ କରିବ। ଆସନ୍ତା ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ ପରିମାଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ହୋଇ ୨ ଲକ୍ଷ କୋଟି ଟପିବ ବୋଲି ଅନୁମାନ କରାଯାଉଛି। ଗତ ରବିବାର ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ କାମଚଳା ବଜେଟକୁ ଅନୁମୋଦନ ମିଳିଛି।

Tags: #OdishaAssembly #AssemblyBudgetSession2022 #IntertimBudget

Comment