ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ଆସନ୍ତା ଏପ୍ରିଲ ୧୮ ତାରିଖରୁ ସାମ୍ବାଦିକ ଏବଂ ସାଧାରଣ ଲୋକଙ୍କ ଲାଗି ଖୋଲିବ ଲୋକସେବା ଭବନ। କୋଭିଡ ମହାମାରୀ ଯୋଗୁଁ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। କୋଭିଡ ସ୍ଥିତି ସୁଧୁରିଥିବାରୁ ଏହି କଟକଣା ହଟାଇଛନ୍ତି ରାଜ୍ୟ ସରକାର। ଲୋକସେବା ଭବନ ସହିତ ଖାରବେଳ ଭବନ ଏବଂ ରାଜୀବ ଭବନର ଅଭ୍ୟର୍ଥନା ପ୍ରକୋଷ୍ଠ ମଧ୍ୟ କାର୍ଯ୍ୟକ୍ଷମ ହେବ।

ଲୋକସେବା ଭବନକୁ ଯିବା ପୂର୍ବରୁ ଅଭ୍ୟର୍ଥନା ପ୍ରକୋଷ୍ଠରୁ ପାସ୍ ନେବାକୁ ପଡ଼ିବ। ସାଧାରଣ ଲୋକ ଆପତ୍ତି ଅଭିଯୋଗ ପାଇଁ ଲୋକସେବା ଭବନକୁ ଯାଇପାରିବେ। ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ସାମ୍ବାଦିକମାନେ ହିଁ କେବଳ ଖବର ସଂଗ୍ରହ କରିବାକୁ ଲୋକସେବା ଭବନକୁ ଯାଇପାରିବେ। ଗୃହ ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ଅବଗତ କରାଯାଇଛି।

ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ୨୦୨୦ ମାର୍ଚ୍ଚ ମାସରେ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ବିଭିନ୍ନ କ୍ଷେତ୍ରରୁ କଟକଣା ହଟିଥିଲା। କିନ୍ତୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ମଧ୍ୟ କରାଯାଇଛି। ଶେଷରେ ଆସନ୍ତା ୧୮ ତାରିଖରେ ଲୋକସେବା ଭବନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Tags: #LokasebaBhaban #ReopenLokasebaBhaban #People #Journalists #OdishaGovt #Covid19

LEAVE A REPLY

Please enter your comment!
Please enter your name here