ଓଡ଼ିଶାଲାଇଭ୍ ବ୍ୟୁରୋ

ଏମାର ମଠର ଖନନ ସ୍ଥାନରେ ଚାଲିଛି ଜିପିଆର ସର୍ଭେ। ଏଥିପାଇଁ ଲାଗିଛନ୍ତି ୫ ଜଣ ଇଂଜିନିୟର ଏବଂ ୮ ଜଣ କର୍ମଚାରୀ। ତିନୋଟି ମେସିନ ବ୍ୟବହାର କରି ଚାଲିଛି ସର୍ଭେ କାର୍ଯ୍ୟ। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଜରିଆରେ ସର୍ଭେ କାର୍ଯ୍ୟ ଚାଲିଛି।

ଏହା ପୂର୍ବରୁ ରାତି ଅଧିଆ ମେସିନ ସହାୟତାରେ ସର୍ଭେ କରାଯାଇଥିଲା। ଓବିସିସି ଚିଠି ପରେ ଗାନ୍ଧୀନଗର ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା କହିଛନ୍ତି ସର୍ଭେ କାମରେ ନିୟୋଜିତ ଥିବା ଅଧିକାରୀମାନେ। ଗାନ୍ଧୀନଗର ଆଇଆଇଟିକୁ ୪ ଦିନ ମଧ୍ୟରେ ସର୍ଭେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓବିସିସିକୁ ସର୍ଭେ ପରେ ରିପୋର୍ଟ ପ୍ରଦାନ କରାଯିବ।

ଅନ୍ୟପଟେ ପରିକ୍ରମା ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ହାଇକୋର୍ଟରେ ଆବେଦନ କରାଯାଇଛି। ରାଜ୍ୟ ସରକାର ଏବଂ ଏଏସଆଇକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରାଯାଇଛି। ପ୍ରକଳ୍ପ ପାଇଁ ଜମି ଯୋଗାଇଥିବା ଶ୍ରୀମନ୍ଦିରର କିଛି ସେମାୟତଙ୍କ ପକ୍ଷରୁ ଏହି ପିଟିସନ ଦାୟର କରାଯାଇଛି। ଯେଉଁଥିରେ ପ୍ରକଳ୍ପ କାମ ଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

Tags: #EmarMutt #ParikramaPrakalpa #GPRSurvey

LEAVE A REPLY

Please enter your comment!
Please enter your name here