ଓଡ଼ିଶାଲାଇଭ୍ ବ୍ୟୁରୋ

ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇ ଗଠନ ହେଲା ନୂଆ ଟିମ୍। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ମୋଟ ୨୧ ଜଣ। ଏମାନଙ୍କ ମଧ୍ୟରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଏବଂ ୮ ଜଣଙ୍କୁ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ମିଳିଛି। ରବିବାର ଦିନ ଲୋକସେବା ଭବନଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶପଥ ନେଇଛନ୍ତି ୨୧ ଜଣ ନୂଆ ମନ୍ତ୍ରୀ। ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ପରେ ସେମାନଙ୍କୁ ମିଳିଛି ନୂଆ ଦାୟିତ୍ଵ। ସମସ୍ତ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଗୁରୁ ଦାୟିତ୍ଵ ବଣ୍ଟନ କରାଯାଇଛି।

କିଛି ମନ୍ତ୍ରୀଙ୍କୁ ପୁନର୍ବାର ମନ୍ତ୍ରୀ ପଦ ମିଳିବା ସହ ସମାନ ବିଭାର ଦାୟିତ୍ଵ ଦିଆଯାଇଥିବାବେଳେ ଅନ୍ୟମାନଙ୍କୁ ଭିନ୍ନ ଭିନ୍ନ ବିଭାଗର ଦାୟିତ୍ଵ ପ୍ରଦାନ କରାଯାଇଛି।

କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

୧- ଜଗନ୍ନାଥ ସାରକା (କ୍ୟାବିନେଟ ମନ୍ତ୍ରୀ): ଆଦିବାସୀ କଲ୍ୟାଣ, ଆଇନ

୨- ନିରଞ୍ଜନ ପୂଜାରୀ (କ୍ୟାବିନେଟ ମନ୍ତ୍ରୀ) : ଅର୍ଥ ଓ ସଂସଦୀୟ ବ୍ୟାପାର

୩- ରଣେନ୍ଦ୍ର ପ୍ରତାପ ସ୍ଵାଇଁ (କ୍ୟାବିନେଟ ମନ୍ତ୍ରୀ) : କୃଷି ଓ ମତ୍ସ୍ୟ ସମ୍ପଦ

୪- ଉଷା ଦେବୀ (କ୍ୟାବିନେଟ ମନ୍ତ୍ରୀ) : ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ

୫- ପ୍ରଫୁଲ୍ଲ ମଲ୍ଲିକ (କ୍ୟାବିନେଟ ମନ୍ତ୍ରୀ) : ଖଣି ଓ ଇସ୍ପାତ, ପୂର୍ତ୍ତ

୬- ପ୍ରତାପ ଦେବ (କ୍ୟାବିନେଟ ମନ୍ତ୍ରୀ) : ଶକ୍ତି, ଶିଳ୍ପ, ଏମଏସଏମଇ

୭- ଅତନୁ ସବ୍ୟସାଚୀ ନାୟକ (କ୍ୟାବିନେଟ ମନ୍ତ୍ରୀ) : ଯୋଗାଣ ଓ ସମବାୟ

୮- ପ୍ରମିଳା ମଲ୍ଲିକ (କ୍ୟାବିନେଟ ମନ୍ତ୍ରୀ) : ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ

୯- ପ୍ରଦୀପ ଅମାତ (କ୍ୟାବିନେଟ ମନ୍ତ୍ରୀ) : ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ

୧୦- ନବ କିଶୋର ଦାଶ (କ୍ୟାବିନେଟ ମନ୍ତ୍ରୀ) : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ

୧୧- ଅଶୋକ ଚନ୍ଦ୍ର ପଣ୍ଡା (କ୍ୟାବିନେଟ ମନ୍ତ୍ରୀ) : ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ

୧୨- ଟୁକୁନି ସାହୁ (କ୍ୟାବିନେଟ ମନ୍ତ୍ରୀ) : ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ

୧୩- ରାଜେନ୍ଦ୍ର ଢୋଲକିଆ (କ୍ୟାବିନେଟ ମନ୍ତ୍ରୀ) : ଯୋଜନା ଓ ସମନ୍ଵୟ

ନୂଆ ରାଷ୍ଟ୍ରମନ୍ତ୍ରୀ

୧- ସମୀର ରଞ୍ଜନ ଦାଶ – ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ): ବିଦ୍ୟାଳୟ ଓ ଗଣଶିକ୍ଷା

୨- ଅଶ୍ଵିନୀ କୁମାର ପାତ୍ର – ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) : ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି, ଅବକାରୀ

୩- ପ୍ରୀତିରଞ୍ଜନ ଘଡେଇ – ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ): ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

୪- ଶ୍ରୀକାନ୍ତ ସାହୁ – ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ) : ଶ୍ରମ ଓ ଇଏସଆଇ

୫- ତୁଷାରକାନ୍ତି ବେହେରା- ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ): ଗୃହ ରାଷ୍ଟ୍ରମନ୍ତ୍ରୀ, କ୍ରୀଡ଼ା, ଆଇଟି

୬- ରୋହିତ ପୂଜାରୀ – ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ): ଉଚ୍ଚ ଶିକ୍ଷା

୭- ରୀତା ସାହୁ – ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ): ହସ୍ତତନ୍ତ ଓ ବୟନ ଶିଳ୍ପ

୮- ବାସନ୍ତୀ ହେମ୍ବ୍ରମ – ରାଷ୍ଟ୍ରମନ୍ତ୍ରୀ(ସ୍ଵାଧୀନ): ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି

ନୂଆ ମନ୍ତ୍ରିମଣ୍ଡରେ ଯୁବ ଏବଂ ମହିଳାଙ୍କୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏଥର ୬ଜଣଙ୍କୁ ପ୍ରଥମ ଥର ସୁଯୋଗ ମିଳିଥିବାବେଳେ ୪ ଜଣ ମହିଳାଙ୍କୁ ଗୁରତ୍ଵ ମିଳିଛି। ଗତକାଲି, ଜୁନ ୩ ତାରିଖରେ ସୂଯ୍ୟନାରାୟଣ ପାତ୍ର ବାଚସ୍ପିତି ପଦବୀରୁ ଇସ୍ତଫା ଦେବା ସହ ମୋଟ ୨୦ ଜଣ ମନ୍ତ୍ରୀ ନିଜ ନିଜ ପଦ ସାମୁହିକ ଇସ୍ତଫା ଦେଇଥିଲେ। ରାତାରାତି ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି।

Tags: #Politics #OdishaPolitics #Ministers #OathTakingCeremony#CMOdisha

Comment