ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ସମାଜରେ କିନ୍ନରମାନଙ୍କୁ ନେଇ ଏବେ ବି ଏକ ଭିନ୍ନ ଦୃଷ୍ଟି ରହିଛି। ସେମାନଙ୍କୁ ସମାଜରେ ବିଭିନ୍ନ ପ୍ରକାର ଟାହି ଟାପରା ଶୁଣିବାକୁ ମିଳେ। କିନ୍ତୁ ଜୀବନର ଏମିତି ପରିସ୍ଥିତିକୁ ଯିଏ ଅତିକ୍ରମ କରି ଆଜି ସମାଜରେ ଏକ ପରିଚୟ ସୃଷ୍ଟି କରିଛନ୍ତି, ସେ ହେଲେ ଆଇଶା ପଣ୍ଡା। ତାଙ୍କ ଜୀବନର କାହାଣୀକୁ ସମସ୍ତଙ୍କ ପାଖରେ ପହଁଚାଇବାକୁ ଓଡ଼ିଶାଲାଇଭ୍‌ ଆଇଶାଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲା। ଏହି ସାକ୍ଷାତକାରଟିକୁ ମାତ୍ର ୩ ଦିନରେ ୧୩ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।

କେବଳ ସେତିକି ନୁହେଁ, କିନ୍ନରମାନଙ୍କ ଜୀବନ କାହାଣୀ ଜାଣିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ରହିଛି। କାରଣ ଆଇଶାଙ୍କ ସହିତ ଓଡ଼ିଶାଲାଇଭ୍ର ଏହି ସାକ୍ଷାତକାରରେ  ୧ ହଜାରରୁ ଅଧିକ ଲୋକ କମେଣ୍ଟ ଦେଇ ନିଜର ମତ ପ୍ରକାଶ କରିଛନ୍ତି।

ଆଇଶାଙ୍କ ନାଁ ପ୍ରଥମରୁ ଅଶୋକ ପଣ୍ଡା ଥିଲା। ପରିବାର ଲୋକ ତାଙ୍କୁ ଘରର ସାନ ପୁଅ ଭାବେ ସ୍ନେହ ଶ୍ରଦ୍ଧା କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଆଇଶା ପୁଅ ନୁହଁ, ଜଣେ କିନ୍ନର ସେତେବେଳେ ଆଇଶାଙ୍କ ପ୍ରତି ତାଙ୍କ ବ୍ୟବହାର ବଦଳିଯାଇଥିଲା।  ଗାଁରେ ଲୋକେ ତାଙ୍କୁ ଟାହି ଟାପରା କରୁଥିଲେ। ସ୍କୁଲ, କଲେଜରେ ବି ତାଙ୍କୁ ମାଇଚିଆ ବୋଲି ସହପାଠୀମାନେ ଡାକୁଥିଲେ। କିନ୍ତୁ ଆଇଶା ସେଥିରେ ହାର ନମାନି ଲଢ଼ିଥିଲେ। ଆଜି ସେ ନିଜର ଏକ ପରିଚୟ ତିଆରି କରିଛନ୍ତି।

ଓଡ଼ିଶାଲାଇଭ କରିଥିବା ଏହି ସାକ୍ଷାତାକାରରେ ଆଇଶାଙ୍କ ଜୀବନର ସ୍ୱପ୍ନ, ସଂଘର୍ଷ ଓ ସଫଳତାର କଥାକୁ ଦର୍ଶାଯାଇଛି। ଏ ସମ୍ପର୍କରେ ଆଇଶା ପଣ୍ଡା କହିଛନ୍ତି, ‘‘ସମସ୍ତଙ୍କ ଜୀବନରେ ଦୁଃଖ କଷ୍ଟ ଥାଏ, ତାହା ଆମକୁ ଅଧିକ ଦୃଢ଼ କରେ। ମୁଁ ବି ସେଇଠୁ ଦୃଢ଼ ହୋଇଛି। ମୋର କାହାଣୀଙ୍କୁ ଏତେ ଲୋକ ଦେଖିଛନ୍ତି, ତାହା ଜାଣି ମତେ ବହୁତ ଖୁସି ଲାଗୁଛି। ମୋ ଭଳିଆ ଗୋଟିଏ ସାଧାରଣ ଲୋକର କାହାଣୀକୁ ଏତେ ଲୋକଙ୍କ ପାଖରେ ପହଁଚାଇଥିବାରୁ ଓଡ଼ିଶାଲାଇଭ୍‌କୁ ବହୁତ ଧନ୍ୟବାଦ’’।

ଏହି ଅବସରରେ ଓଡ଼ିଶାଲାଇଭର ସିଇଓ ନୀଳାମ୍ବର ରଥ କହିଛନ୍ତି, ‘‘କିନ୍ନର ସମାଜ ପାଇଁ ଆଇଶା ପଣ୍ଡା ଜଣେ ପ୍ରେରଣା ଓ ପରିଚୟ। କିନ୍ନର ସମାଜ ପାଇଁ ଲୋକଙ୍କର ଯେଉଁ ଦୃଷ୍ଟିଭଙ୍ଗୀ ରହିଛି, ସେଥିରେ ପରିବର୍ତ୍ତନ ଆସିବା ଦରକାର। ଓଡ଼ିଶାଲାଇଭର ଏହି ସାକ୍ଷତକାରରେ ସେଇ କଥା ହିଁ କହୁଛନ୍ତି ଆଇଶା ପଣ୍ଡା। ଭିଡିଓରେ ଲୋକଙ୍କ ପ୍ରତିକ୍ରୟା ଦେଖି ଅନୁଭବ ହେଉଛି ଯେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଯାଇଛି।’’

ସେ ଆହୁରି ମଧ୍ୟ କହିଛନ୍ତି, ‘ଓଡ଼ିଶାଲାଇଭ୍‌ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାର କରି ଆସୁଛି। ସେମାନଙ୍କ ସୁଃଖ, ଦୁଃଖ ଓ ସଫଳତାର କଥାକୁ ଅନ୍ୟମାନଙ୍କ ପାଖରେ ପହଁଚାଇ ସେମାନଙ୍କୁ ପ୍ରେରିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଁଚୁଛି, ସେମାନଙ୍କ ହୃଦୟଙ୍କୁ ଛୁଉଁଛି। ଏଥିପାଇଁ ଓଡ଼ିଶାଲାଇଭ୍‌ ଟିମ୍‌ ଓ ସେହି ବ୍ୟକ୍ତବିଶେଷଙ୍କୁ ଧନ୍ୟବାଦ ଦେବି।’’

ସେହିପରି ଏହି ଭିଡିଓରେ ୧ ହଜାରରୁ ଅଧିକ ଲୋକ ନିଜର କମେଣ୍ଟ ଦେଇଛନ୍ତି। କିନ୍ନରମାନେ ବି ମଣିଷ, ସେମାନଙ୍କର ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ସେମାନଙ୍କୁ ସମସ୍ତେ ସମର୍ଥନ କରିବା ଦରକାର ବୋଲି ଅନେକ ମତ ଦେଇଛନ୍ତି।

ଓଡ଼ିଶାଲାଇଭରେ ନିୟମିତ ଓଡ଼ିଶାର ବିଭିନ୍ନ ସଫଳ ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାର ଓ ଅନେକ ସାଧାରଣ ଲୋକଙ୍କ କାହାଣୀ ଆପଣଙ୍କ ପାଖରେ ପହଁଚାଯାଉଛି। ଏହି ଭିଡିଓ ଦେଖିବା ପାଇଁ କ୍ଲିକ୍‌ କରନ୍ତୁ… ।

LEAVE A REPLY

Please enter your comment!
Please enter your name here