ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀ କ୍ଷେତ୍ରରେ ବଡ଼ ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ୯ଟି ମାଟି ହାଣ୍ଡିରେ ଲାଗି ହେବ ଅଧରପଣା। ଏହାପରେ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରପଣା ହାଣ୍ଡି ଭଙ୍ଗାଯିବ। ନବଦିନାତ୍ମକ ଯାତ୍ରା ସମୟରେ ବଡ଼ଠାକୁରଙ୍କୁ ନଜର ଲାଗିଥିବାରୁ ତଥା ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଆସିଛି। ଆସନ୍ତାକାଲି ନିଳାଦ୍ରୀବିଜେ କରିବେ ବଡ଼ଦିଅଁ।
ରବିବାର ଦିନ ମହାପ୍ରଭୁଙ୍କର ସୁନାବେଶ ଥିଲା। ବଡ଼ ଠାକୁରଙ୍କୁ ଦୁର୍ଲଭ ଏବଂ ଦିବ୍ୟ ସୁନାବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ସମାଗମ ହୋଇଥିଲେ ଲକ୍ଷ ଲକ୍ଷ ଭକ୍ତ। ରଥାରୁଢ଼ ମହାପ୍ରଭୁଙ୍କର ସୁନାବେଶ ଅବସରରେ ଭକ୍ତଙ୍କ ନିମନ୍ତେ ସୁରକ୍ଷିତ ଏବଂ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆଣି ତିନିଠାକୁରଙ୍କ ଅଙ୍ଗରେ ଲଗାଯାଇଥିଲା।
Tags: #Puri #ShreeKhetra #Culture #JagannathTemple #RathYatra #AdharapanaNiti

















