ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋSradha Panigrahi

କେତେବେଳେ ପ୍ରେମ, ଆଉ କେତେବେଳେ ବ୍ରେକଅପ। କେତେବେଳେ ସେ ରୋମାଣ୍ଟିକ ସିନ୍‌ରେ ଦର୍ଶକଙ୍କୁ ମଜେଇଛନ୍ତି ତ ଆଉ କେତେବେଳେ ବ୍ରେକଅପ୍‌ ସିନ୍‌ରେ କନ୍ଦାଇଛନ୍ତି। ଫିଲ୍ମ, ସିରିଏଲ, ମ୍ୟୁଜିକ ଭିଡିଓରେ ନିଖୁଣ ଅଭିନୟ ଯୋଗୁଁ ସେ ଆଜି ଘରେ ଘରେ ପରିଚିତା। ଏ ଚୁଲବୁଲି ନାୟିକା ଜଣକ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ।

ଓଡ଼ିଆ ମ୍ୟୁଜିକ ଭିଡିଓକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି। ‘ତୁ ସ୍ୱପ୍ନ ହୋଇଯା’, ‘ଭିଡ଼ ଭିତରେ ତୋ ଚେହେରା’, ‘ବାଟ ସରେ ନାହିଁ’ ଏମିତି ଅନେକ ସୁନ୍ଦର ସୁନ୍ଦର ମ୍ୟୁଜିକ ଭିଡିଓରେ ଚମତ୍କାର ଅଭିନୟ କରି ସେ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି।

ଶ୍ରଦ୍ଧା ପ୍ରଥମେ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ସୋ’, ମିଠା ମିଠା ଯୋଡ଼ିରେ ଭାଗ ନେଇଥିଲେ। ସେଥିରେ ସେ ଜିତି ନଥିଲେ ମଧ୍ୟ ତାଙ୍କୁ ସେହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା।

ଏହାପରେ ସେ ତରଙ୍ଗ ଟିଭିରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଅଧା ଲେଖା ଚିଠି, ସାହେବ ବିବି ଔର୍ ଶାଲା, ସାହେବ ବିବି ଔର୍ ଶାଶୁମା ଆଦି ୱେବ୍ ସିରିଜ୍‌ରେ ଅଭିନୟ କରିଥିଲେ। ଓଡ଼ିଆ ଧାରାବାହିକ ମୋ ଦେହେ ବୋଳି ଦେ ତୋ ରଙ୍ଗ କଳାରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ନିକଟରେ ତାଙ୍କର ‘ବ୍ରେକଅପ୍‌ ରୁଲ୍‌’ ଶୀଷର୍କରେ ଆଉ ଏକ ୱେବସିରିଜ୍‌ ଆସିଥିଲେ। ଏଥିରେ ତାଙ୍କ ଅପୋଜିଟ୍‌ରେ ଥିଲେ ଅଭିନେତା ଶୋଭନ। ଓ୍ୱେବ ସିରିଜରେ ଦୁହିଁଙ୍କ କେମେଷ୍ଟ୍ରିକୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ।

୨୦୨୧ ମସିହାରେ ମହିଳା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘ବିସର୍ଜନ’ରେ ସେ ନାୟିକା ଭାବରେ ଅଭିନୟ କରିଥିଲେ। ଫିଲ୍ମଟି ଘରୋଇ ହିଂସା, ଭୟ ଓ ପ୍ରତିଶୋଧ ଉପରେ ଆଧାରିତ ଥିଲା। କେବଳ ସେତିକି ନୁହେଁ, ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ରେ ଶ୍ରଦ୍ଧା ରେଜିଆ ସୁଲତାନଙ୍କ ଭୂମିକାରେ ଅଭିନୟ କରିଥିଲେ।

Tags: #SradhaPanigrahi #Ollywood #Entertainment

Comment