ଓଡ଼ିଶାଲାଇଭ୍ ବ୍ୟୁରୋ
ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦବୀ ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି। ରାଜ୍ୟରେ ସୃଷ୍ଟି ହୋଇଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।
ଅଗଷ୍ଟ ୨୧ ତାରିଖ ରବିବାର ଦିନ ହେବାକୁ ଥିବା ଲିଖିତ ପରୀକ୍ଷା ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିବ। ଏନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ତାରିଖ ଓ ସ୍ଥାନକୁ ନେଇ ଖୁବଶୀଘ୍ର ସୂଚନା ଦିଆଯିବ।
ପୂର୍ବ ନିର୍ଦ୍ଧାରିତ ପରୀକ୍ଷାକେନ୍ଦ୍ର ଗୁଡ଼ିକ ଉପଲବ୍ଧ ଥିଲେ ସେପ୍ଟେମ୍ବର ୪ ତାରିଖରେ ଏହି ପରୀକ୍ଷା କରିବା ପାଇଁ କମିଶନ ପକ୍ଷରୁ ଯୋଜନା କରାଯାଉଛି।ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସଓ ପଦବୀ ମଧ୍ୟରୁ ଏସଇବିସି ବର୍ଗ ପାଇଁ ୬୨ଟି ପଦବୀ ସଂରକ୍ଷିତ ରହିଥିବାବେଳେ ଅନୁସୂଚିତ ଜାତିଙ୍କ ପାଇଁ ୧୦୯ ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୧୭୮ଟି ପଦବୀ ସଂରକ୍ଷିତ ରହିଛି। ୨୬୫ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୪୪୭ଟି ପଦବୀ ଅଣସଂରକ୍ଷିତ ରହିଛି।
Tags: #OPSC #assistantsectionofficer #ASO #writtenexam #floodinodisha