ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ ସେବା। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ ତାରିଖରେ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବ୍ୟାଙ୍କ ସହ ଅନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରହିବ ବୋଲି ରାଜ୍ୟ ରାଜସ୍ଵ ବିଭାଗ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ନୂଆଁଖାଇ ଅବସରରେ ଛୁଟି ଘୋଷଣା କରିବାକୁ ପଶ୍ଚିମ ଓଡ଼ିଶାବାସୀ ଲଗାତର ଭାବେ ଦାବି କରିଆସୁଥିଲେ। ଏକାଧିକ ଦିନ ଛୁଟିଘୋଷଣା କରିବାକୁ ସରକାରଙ୍କ ନିକଟରେ ପଶ୍ଚିମ ଓଡ଼ିଶା ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଥିଲା। କାରଣ ଛୁଟି ପାଇଲେ ଦୂରଦୂରାନ୍ତରେ ଲୋକେ ଘରକୁ ଆସି ପରିବାର ସହ ଏକାଠି ହୋଇ ନୂଆଁ ଖାଇବା ସହ ଧୁମଧାମର ସହ ଏହି ପର୍ବକୁ ପାଳନ କରିବାକୁ ଆଶା ରହିଥାଏ।

ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାରେ ଦୁଇ ଦିନ ଛୁଟି ଘୋଷଣା କରିବାକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପୂର୍ବରୁ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରହୁନଥିଲା। ଫଳରେ ବ୍ୟାଙ୍କ କର୍ମଚାରୀ ଏହି ପର୍ବରେ ସାମିଲ ହୋଇପାରୁ ନଥିଲେ। ତେଣୁ ଏହି ପର୍ବ ସମୟରେ ଛୁଟି ଘୋଷଣା କରିବାକୁ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦାବି କରିଆସୁଥିଲେ। ଆସି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘୋଷଣା ପରେ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

ପୂର୍ବରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକାଲ ହଲିଡେ ଘୋଷଣା କରାଯାଇଛି। ବଲାଙ୍ଗୀର ଜିଲ୍ଲା ପାଇଁ ସେପ୍ଟେମ୍ବର ୨ ତାରିଖ ଛୁଟି ଘୋଷଣା କରାଯାଇଥିବା ଜଣାପଡ଼ିଛି।

Tags: #Nuakhai #BankClose #BankCloseForNuakhai

LEAVE A REPLY

Please enter your comment!
Please enter your name here