ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏଥିପାଇଁ ବଡ଼ଠାକୁରଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଏ। ଲୋକକଥା ଅଛି ଯେ, ଏହି ପାଞ୍ଚଟି ଦିନ ବଗ ବି ମାଛ ଖାଏନି। ପଞ୍ଚକର ଏହି ପାଞ୍ଚ ଦିନ ଶ୍ରଦ୍ଧାଳୁମାନେ ଆମିଷ ନଖାଇ ବ୍ରତ ପାଳନ କରନ୍ତି। କାର୍ତ୍ତିକ ମାସଟା ଯାକ ବ୍ରତ ପାଳନ କଲେ ପୂଣ୍ୟ ମିଳେ ବୋଲି ଲୋକଙ୍କର ବିଶ୍ୱାସ ରହିଛି।

ପଞ୍ଚକ ପାଞ୍ଚ ଦିନରେ ଶ୍ରୀଜିଉ ଭକ୍ତଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥା’ନ୍ତି। ଏହି ସମୟରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

କୋଭିଡ ମହାମାରୀର ଦୁଇ ବର୍ଷ ପରେ ଭକ୍ତଙ୍କୁ ଚଳିତ ବର୍ଷ ପଞ୍ଚୁକ ଅବସରରେ ବଡ଼ଠାକୁରଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଛି। ଏଥର ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିବାର ଯଥେଷ୍ଟ ସମ୍ଭାବନା କରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

ପଞ୍ଚକର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ସେହିଭଳି ଅନ୍ୟ ଦିନମାନଙ୍କରେ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶୀଜିଉ। କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ନିଷ୍ଠାର ସହ ପଞ୍ଚକ ବ୍ରତ ପାଳନ କରିଥା’ନ୍ତି।

Tags: #Culture #Tradition #KartikaBrata #ShreeMandira #ShreeJagannath #PanchukaBrata

LEAVE A REPLY

Please enter your comment!
Please enter your name here