ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଆରମ୍ଭରୁ ବିରୋଧୀଙ୍କ ଜୋରଦାର ହଙ୍ଗାମା ଯୋଗୁଁ ଗୃହରେ ଚାଲି ପାରିଲାନି ପ୍ରଶ୍ନକାଳ।
ବାରମ୍ବାର ଶାନ୍ତିଶୃଙ୍ଖଳାର ସହ ଗୃହ ଚଲାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ ବିରୋଧୀ। ପରେ ବାଚସ୍ପତି ଦିନ ୧୧ଟା ୩୦ଟା ଯାଏଁ ଗୃହ ମୁଲତବୀ ରଖିଥିଲେ। ଅଧିବେଶ ଆରମ୍ଭ ହେବା ମାତ୍ରେ ପୁଣି ସମାନ ପରିସ୍ଥିତି ଉପୁଜିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
Tags: #OdishaAssembly #OdishaAssemblyWinterSession #HouseAdjourn













