ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାମ୍ପସ୍ ପରିସର ଏବଂ ସହର ମଧ୍ୟରେ ଯାତାୟତ କରିବା ଲାଗି ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ସ୍କୁଟର ଉପଲବ୍ଧ କରିଛି ‘ସୋଆ’।

ପୂର୍ବରୁ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ୧୦୦ଟି ଇ-ସ୍କୁଟର ବ୍ୟବହାର କରାଯାଉଥିବାବେଳେ ସୋଆର କ୍ୟାମ୍ପସ୍-୨ରେ ଗୁରୁବାର ଦିନ ଆଉ ୨୦ଟି ଇ-ସ୍କୁଟରକୁ ବ୍ୟବହାର ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଶୀଘ୍ର ଅନ୍ୟ ସୋଆ କ୍ୟାମ୍ପସରେ ଉପଲବ୍ଧ କରାଯିବ ବୋଲି ‘ଡ୍ରାଇଭ’ର ସହ ପ୍ରତିଷ୍ଠାତା ତଥା ସିଇଓ ଅଙ୍କୁର ବି. ପଟେଲ ସୂଚନା ଦେଇଛନ୍ତି।

ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଇ-ସ୍କୁଟର ବ୍ୟବହାର ନିମନ୍ତେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ଇ-ସ୍କୁଟର ବ୍ୟବହାର ଯୋଗୁଁ ପରିବାର ପ୍ରଦୂଷଣ ମୁକ୍ତ ହୋଇପାରି ବୋଲି କହିଛନ୍ତି ସୋଆର ଉପସଭାପତି ଶାଶ୍ୱତୀ ଦାସ।

ସୋଆର ପୂର୍ବତନ ଛାତ୍ର ଅଙ୍କୁର ବି. ପଟେଲ ‘ଡ୍ରାଇଭ୍’ ଷ୍ଟାର୍ଟଅପ ଆରମ୍ଭ କରିଥିବାବେଳେ ସୋଆ କମ୍ପାସରେ ଇ-ସ୍କୁଟର ଉପଲବ୍ଧ କରିଛନ୍ତି। ଏହି ଇ-ସ୍କୁଟର ଭଡ଼ା ଆକାରରେ ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ କିଲୋମିଟର ପ୍ରତି ୭୦ ପଇସା ଏବଂ ମିନିଟ୍ ପ୍ରତି ୪୦ ପଇସା ଦେବାକୁ ପଡ଼ିବ। କ୍ୟାମ୍ପସର ଆବଶ୍ୟକତା ଅନୁସାରେ ଆହୁରି ଇ-ସ୍କୁଟର ଉପଲବ୍ଧ କରାଯିବ ବୋଲି ଅଙ୍କୁର କହିଛନ୍ତି।

ଏହି ଅବସରରେ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Tags: #SOA #EScooter #Drive #Startup

Comment