ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପରରେ ଆଜି ହେବ ବିଜେଡିର ପାଓ୍ଵାର ସୋ’। ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଦିନ ପଦ୍ମପୁରରେ ପହଞ୍ଚିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କ ପାଇଁ ଆଜି ପ୍ରଚାର କରିବେ। ଆଜି ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରରେ ସମାବେଶ କରି ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କରିବେ ମୁଖ୍ୟମନ୍ତ୍ରୀ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ପଦ୍ମପୁରରେ ପହଞ୍ଚଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ନେଇ ବିଜେଡି ନେତା ଏବଂ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ହଜାର ହଜାର କର୍ମୀ ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ ପାଇଁ ସଭାସ୍ଥଳରେ ଏକାଠି ହୋଇଛନ୍ତି।
ଅନ୍ୟପଟେ ବିଜେପି ପ୍ରାର୍ଥୀଙ୍କ ପାଇଁ ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର ମଙ୍ଗ ଧରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାର ଭୋଟରଙ୍କୁ ବେଶ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
Tags: #Politics #OdishaPolitics #PadampurByElection #CMOdisha #NaveenPatnaik #BJD #Campaign


















