ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଶୃଙ୍ଖଳାର ସହ ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଉପନିର୍ବାଚନ ଅପରାହ୍ଣ ୪ଟାରେ ଶେଷ ହୋଇଛି। ଏହି ଉପନିର୍ବାଚନରେ ଶେଷ ସୁଦ୍ଧା ପ୍ରାୟ ୮୦.୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।
ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଛି। କୌଣସି ବି ସ୍ଥାନରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିନାହିଁ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ମତଦାନ ଲାଗି ଅପରାହ୍ଣ ୪ଟାରେ ସମୟ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନେକ ଭୋଟର ମତଦାନ କରିପାରି ନଥିଲେ। ୪ଟା ପୂର୍ବରୁ ବୁଥ ପରିସର ମଧ୍ୟରେ ରହିଥିବା ସମସ୍ତ ଭୋଟର ମତଦାନ କରୁଛନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଛି।
ଆଜି ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ଏବଂ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଥିଲା। ମୋଟ ୩୧୯ଟି ବୁଥରେ ମତଦାନ କରିଥିଲେ ପଦ୍ମପୁର ଭୋଟର।
୨୦୧୯ ନିର୍ବାଚନରେ ପଦ୍ମପୁର ବିଧାନସଭା ନିର୍ବାଚନରେ ୭୯.୦୫ ପ୍ରତିଶତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।
Tags: #Politics #OdishaPolitics #PadampurByElection #Voting

















