ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ପହଞ୍ଚିଲା ବିଜୁ ବାବୁଙ୍କ ‘ଡାକୋଟା’। ୩ଟି ଲରିରେ ଭୁବନେଶ୍ଵରରେ ପହଞ୍ଚିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଏହି ବିମାନଟି ରହିଥିଲା କୋଲକାତାରେ।
କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ‘ଡାକୋଟା’କୁ ଭୁବନେଶ୍ଵର ଅଣାଯାଇଛି। ଏହାକୁ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ‘ଡାକୋଟା’ର ବିଭିନ୍ନ ଅଂଶକୁ ୩ଟି ଲରିରେ ଓଡ଼ିଶା ଆଣିବାର ଦାୟିତ୍ଵ ନେଇଥିଲେ ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ସଂସ୍ଥାର ଇଞ୍ଜିନିୟରମାନେ।
କୋଲକାତାରୁ ୩ଟି ଲରିରେ ଆସୁଥିବା ଏହି ବିମାନ ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ଅତିକ୍ରମ କରିବା ପରେ ବାଲେଶ୍ଵର, ଚଣ୍ଡିଖୋଲ, କଟକ ଅତିକ୍ରମ କରି ରାଜଧାନୀ ଭୁବନେଶ୍ଵରରେ ପହଞ୍ଚିଛି।
ବିଜୁ ବାବୁଙ୍କ ସ୍ମୃତି କୁହାଯାଉଥିବା ‘ଡାକୋଟା’ ବିମାନ କୋଲକାତାରେ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା। ଏହାକୁ ଓଡ଼ିଶାକୁ ଫେରାଇ ଆସିବାକୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ୩ଟି ଭାଗରେ ଓଡ଼ିଶା ଆସିଥିବା ‘ଡାକୋଟା’କୁ ପୁଣି ପୂର୍ବ ରୂପ ଦିଆଯିବ। ‘ଡାକୋଟା’କୁ ସାଙ୍ଗରେ ଧରି ଆସିଥିବା ଇଂଜିନିୟରମାନେ ଏହାକୁ ଜୋଡ଼ି ପୁଣି ପୂର୍ବ ଅବସ୍ଥାକୁ ନେଇଆସିବେ।
Tags: #Dakota #BijuPatnaik #BijuBabu #Bhubaneswar


















